ଅର୍ଜୁନ କପୁର ଏବଂ ମଲ୍ଲାଇକା ଅରୋରାଙ୍କ ବାହାଘରକୁ ନେଇ ଘନିଷ୍ଠ ବନ୍ଧୁ କଲେ ଏହି ଖୁଲାସା

Advertisment
ଅର୍ଜୁନ କପୁର ଏବଂ ମଲ୍ଲାଇକା ଅରୋରାଙ୍କ ବାହାଘରକୁ ନେଇ ଘନିଷ୍ଠ ବନ୍ଧୁ କଲେ ଏହି ଖୁଲାସା

ମୁମ୍ବାଇ: ବଲିଉଡରେ ବେଶ୍‌ କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ ଦୀର୍ଘଦିନଧରି ସଂପର୍କରେଥିବା ଏକ ଯୋଡି ଆର ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏମାନଙ୍କ ଭିତରୁ ପ୍ରେମିକାଙ୍କ ବୟସ ହେଲେ ୪୫ ବର୍ଷ ଏବଂ ପ୍ରେମିକ ତାଙ୍କଠାରୁ ବୟସରେ ଢ଼େର୍ କମ୍। ଗତ କିଛିଦିନ ତଳେ ଏଦୁହିଁଙ୍କୁ ଆବୁଧାବିରେ ସମୟ କାଟୁଥିବାର ଦେଖିବାକୁ ମିଳିଥିଲା।
ବଲିଉଡ୍ ଷ୍ଟାର ଅର୍ଜୁନ କପୁରଙ୍କ ସହ ଡେଟ୍ କଥାକୁ କିଛି ଦିନତଳେ ଅସ୍ୱୀକାର କରିଥିଲେ ବଲିଉଡର ହଟ୍ ଗାର୍ଲ ମଲାଇକା ଅରୋରା
ବେଶ୍ କିଛି ସମୟ ଧରି ବଲିଉଡର ହଟ୍ ଗାର୍ଲ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁରଙ୍କର ଆଫେଆର ନେଇ ଚର୍ଚ୍ଚା ଜୋର ଧରିଛି।ଅର୍ଜୁନଙ୍କ କପୁରଙ୍କୁ ମଧ୍ୟ ଅରବାଜ୍ ଖାନ୍ ଓ ମଲ୍ଲାଇକା ଅରୋରାଙ୍କ ଛାଡପତ୍ରର କାରଣ ବୋଲି କୁହାଗଲା।ଏବେ ଶୁଣିବାକୁ ମିଳୁଛି କି ସେଦୁହେଁ ଆଉ କାହାରିକୁ ଡରିବେନି। ସେମାନେ ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଘୋଷଣା କରିବେ କି ହଁ ସେମାନେ ପ୍ରେମୀ। ଏହାଛଡ଼ା ସେଦୁହେଁ ବିବାହ କରିପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି।

publive-image

ହେଲେ ଉଭୟଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ମଲ୍ଲାଇକା ଏବଂ ଅର୍ଜୁନ କପୁରଙ୍କର ବାହାଘରକୁ ଯେଉଁ ଚର୍ଚ୍ଚା ଚାଲିଛି ତାହା ଭିତ୍ତିହୀନ। କାରଣ ସେଦୁହେଁ ଏବେ ବାହା ହେବା ମୁଡରେ ନାହାନ୍ତି। ପରସ୍ପର ସହିତ ସମୟ ବିତାଇବାକୁ ସେମାନେ ପସନ୍ଦ କରୁଛନ୍ତି ଏକଥା ସତ ,ମାତ୍ର ଆଉ କିଛି ସମୟ ନେଉଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ଅର୍ଜୁନ ନିଜର ସାନଭଉଣୀ ଅଂଶୁଳାଙ୍କର ବାହାଘର ନ ହେବାଯାଏଁ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe