Go Travel Blogger
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଧୋନିଙ୍କ ଅବସର ଘୋଷଣା ପରେ ତାଙ୍କର ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଏଥିରେ ଅନେକ ସେଲିବ୍ରିଟି ବି ଯୋଡ଼ି ହୋଇଛନ୍ତି। ଏହି ଅବସରରେ ଅର୍ଜୁନ କପୁର ଧୋନିଙ୍କ ସହ ନିଜର ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ଲେଖିଛନ୍ତି, ଧୋନି କ୍ରିକେଟ ଫିଲ୍ଡ ଭିତରେ ତ’ ଜଣେ ତାରକା, ବାହାରେ ବି ସେ ଜଣେ ଉଜ୍ବଳ ତାରକା। ଏଠି ତାରକାମାନେ ଅଛନ୍ତି, ଦିଗ୍ଗଜ୍ମାନେ ବି ଅଛନ୍ତି, କିନ୍ତୁ ସବୁରୁ ଊର୍ଧ୍ବରେ ମହେନ୍ଦ୍ର। ମୁଁ ଫଟୋ ଉଠାଇବାକୁ ବେଶି ପସନ୍ଦ କରେନି। କିନ୍ତୁ ଧୋନିଙ୍କ ସହ ଏହି ଫଟୋ ମୋର ଅତି ପ୍ରିୟ ବୋଲି ଅର୍ଜୁନ ଲେଖିଛନ୍ତି।
Follow Us