'ସନ୍ଦିପ ଔର ପିଙ୍କି ଫରାର' ଫିଲ୍ମରେ ଭିନ୍ନ ରୂପରେ ନଜର ଆସିବେ ଅର୍ଜୁନ ଓ ପରିଣୀତି

'ସନ୍ଦିପ ଔର ପିଙ୍କି ଫରାର' ଫିଲ୍ମରେ ଭିନ୍ନ ରୂପରେ ନଜର ଆସିବେ ଅର୍ଜୁନ ଓ ପରିଣୀତି

The Indian Express

ମୁମ୍ବାଇ: ‘ଗୋଲମାଲ’ ଚଳଚ୍ଚିତ୍ର ସଫଳ ହେବା ପରେ ଅର୍ଜୁନ କପୁରଙ୍କ ସହ 'ସନ୍ଦିପ ଔର ପିଙ୍କି ଫରାର' ଫିଲ୍ମରେ ନଜର ଆସୁଛନ୍ତି ବଲିଉଡ୍‌ ବିୟୁଟି ପରିିଣୀତି ଚୋପ୍ରା। ଏହି ଚଳଚ୍ଚିତ୍ରର ସୁଟିଙ୍ଗ ବୁଧବାରଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି। ଏହାକୁ ନେଇ ପରିଣୀତି ଏବଂ ଅର୍ଜୁନ ଦୁଇ ଜଣ ବେଶ୍‌ ଉତ୍ସାହିତ ଅଛନ୍ତି।

‘ଆମେ ଦୁଇ ଜଣ ଆଗରୁ ଏକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛୁ, ମତେ ଅର୍ଜୁନଙ୍କ ସହ କାମ କରିବାକୁ ଖୁବ୍‌ ସହଜ ଓ ଭଲ ଲାଗେ। ଆମେ ଦୁହେଁ ଏହି ଚଳଚ୍ଚିତ୍ରଟିକୁ ନେଇ ବେଶ୍‌ ଖୁସି ଅଛୁ ଏବଂ ଏଥି ଲାଗି ମିଳିତ ଭାବେ ସଂଳାପ ଅଭ୍ୟାସ ମଧ୍ୟ କରୁଛୁ।’ ନିଜର ନୂଆ ଛବି ବିଷୟରେ କହନ୍ତି ନାୟିକା ପରିଣୀତି।

'ସନ୍ଦିପ ଔର ପିଙ୍କି ଫରାର'ର ଫାର୍ଷ୍ଟ ଲୁକ୍‌ ପୋଷ୍ଟରରେ ଅର୍ଜୁନ ପୋଲିସ ୟୁନିଫର୍ମରେ ଦେଖାଯାଉଛନ୍ତି। ଆଉ ପୁଲିସ ପୋଷାକ ତାଙ୍କୁ ବେଶ୍‌ ମାନୁଛି ମଧ୍ୟ। ଖୁବ୍‌ ଶୀଘ୍ର ପରିଣୀତିଙ୍କ ଫାର୍ଷ୍ଟ ଲୁକ ପୋଷ୍ଟର ମଧ୍ୟ ଆସିବାର ଅଛି। ଏଥିରେ ପରିଣୀତି ଏକ ଭିନ୍ନ ଗେଟଅପରେ ଦେଖାଦେବେ। ଅର୍ଜୁନ ଓ ପରିଣୀତି ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍‌ ଖୁସି ଅଛନ୍ତି। ଏହା ସହ ‘ସନ୍ଦିପ ଔର ପିଙ୍କି ଫରାର’ର ସୁଟିଂ ସରିବା ମାତ୍ରେ ଏହି ଦୁଇ ନାୟକ-ନାୟିକାଙ୍କର ‘ନମସ୍ତେ କାନାଡା’ର ସୁୁଟିଂ ଆରମ୍ଭ ହେବ ବୋଲି ପରିଣୀତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, 'ସନ୍ଦିପ ଔର ପିଙ୍କି ଫରାର' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଦିବାକର ବାନାର୍ଜୀ ରହିଥିବା ବେଳେ ମୁଖ୍ୟ ଚରିତରରେ ଅଭିନୟ କରିଛନ୍ତି ପରିଣୀତି ଚୋପ୍ରା , ଅର୍ଜୁନ କପୁର ଓ ସନି ଲିଓନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe