ମୁମ୍ବାଇ: ଅଭିନେତା ଅର୍ଜୁନ କପୁର୍ ଜୁନ୍ ୨୬ ତାରିଖରେ ନିଜ ଆତ୍ମୀୟଙ୍କ ଉପସ୍ଥିତିରେ ନିଜର ୩୩ତମ ଜନ୍ମଦିନ ପାଳନ କରିଛନ୍ତି। ଅଜୁର୍ନଙ୍କ ଜନ୍ମଦିନ ପାଳନ ଉତ୍ସବରେ ଉପସ୍ଥିତ ଥିଲେ ଭଉଣୀ ଅଂସୁଳା, ଜାହ୍ନବୀ, ଖୁସି, ଭାଇ ହର୍ଷବର୍ଦ୍ଧନ, ମୋହିତ, ଏବଂ ପ୍ରିୟ ବନ୍ଧୁ ବରୁଣ ଧାଓ୍ଵନ ଓ ସିକନ୍ଦର ଖେର୍ ଆଦି। ଏମାନେ ସମେସ୍ତ ସାଙ୍ଗହୋଇ ଏହି ଗ୍ରାଣ୍ଡ୍ ଡେରେ ଡିନର୍ କରିଥିଲେ। ତାଙ୍କର ଅନ୍ୟତମ ଭଉଣୀ ସୋନମ ପକୁର୍, ଯତିକି ଏବେ ନିଜ ସ୍ୱାମୀଙ୍କ ସହ ବିଦେଶରେ ଅଛନ୍ତି ସେ ଅର୍ଜୁନଙ୍କୁ ଟୁଇଟର୍ ଜରିଆରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ଅର୍ଜୁନଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଗୁଡ଼ାଏ ଉପହାର ମିଳିଥିଲା। ଯାହା ବି ହେଉ, ମାତ୍ର ଗୋଟାଏ ଉପହାର ଅର୍ଜୁନଙ୍କୁ ଧମକ ପରି ମନେ ହୋଇଛି। ଉପହାରଟି ମିଳିଛି ଜେଜେମାଆ ନିର୍ମଳା କପୁରଙ୍କଠାରୁ। ନିର୍ମଳା ଏକ କାର୍ଡରେ ଲେଖିକରି ଦେଇଛନ୍ତି ଯେ ‘ଟୁ, ଅର୍ଜୁନ କପୁର୍। ଭଲପାଇବାର ସହ ଦାଦି। ଜଲ୍ଦି ବାହା ହୁଅ। ଫ୍ରମ୍, ମଷ୍ଟ୍ରସ୍ ନିର୍ମଳା କପୁର୍।’ ଅର୍ଜୁନ ତାଙ୍କ ଦାଦିଙ୍କର ଏହି କୌତୂକିଆ ଉପହାରଟିକୁ ଟୁଇଟର୍ରେ ଅପ୍ଲୋଡ କରି ତାଙ୍କୁ ବସ୍ଦାଦି ବୋଲି ଲେଖିଛନ୍ତି।
ଟୁଇଟର୍ରେ ପୋଷ୍ଟ୍ ହୋଇଥିବା ଫଟୋଟିରେ ଦେଖିବାକୁ ମିଳିଛି ଯେ ଅର୍ଜୁନ ଏନ୍ଭଲ୍ପ୍ଟିକୁ ନିଜ ହାତରେ ଧରି ଫଟୋ ଉଠାଇଛନ୍ତି।
Follow Us