୩୦ବର୍ଷ ବୟସରୁ ଏହି ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଗତି କରୁଛନ୍ତି ଅର୍ଜୁନ

ଅର୍ଜୁନ କପୁର ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ କହିଛନ୍ତି, ‘ମୁଁ ମୋ ସ୍ବାସ୍ଥ୍ୟକୁ ନେଇ କେବେ ଖୋଲାଖୋଲି ଆଲୋଚନା କରି ନାହିଁ। ମୁଁ ହାସିମୋଟୋସ ଥାଇରଏଡାଇଟିସ ଭଳି ଏକ ରୋଗରେ ପୀଡ଼ିତ ଅଛି।

r


ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ସିନେମା ‘ସିଙ୍ଘମ ଏଗେନ’ରେ ବଲିଉଡ ଅଭିନେତା ଅର୍ଜୁନ କପୁର ଖଳନାୟକ ଭୂମିକାରେ ନଜର ଆସିଛନ୍ତି।  ସିଙ୍ଘମ ଏଗେନର ପ୍ରଥମ ଦିନ ବକ୍ସ ଅଫିସ କଲେକ୍ସନ ୪୩.୫ କୋଟି ରହିଥିବା ବେଳେ ଏହା ଦ୍ୱିତୀୟ ଦିନରେ ୪୨.୫ କୋଟି, ତୃତୀୟ ଦିନରେ ୩୫.୭୪ କୋଟି, ୪ର୍ଥ ଦିନରେ ୧୮କୋଟି, ୫ମ ଦିନରେ ୧୪ କୋଟି ଓ ୬ଷ୍ଠ ଦିନରେ ୧୦.୨୫ କୋଟି ଆୟ କରିଛି।

ଏହି ସିନେମାରେ ଅର୍ଜୁନ କପୁରଙ୍କ ଖଳନାୟକ ଭୂମିକାକୁ ଦର୍ଶକ ବେଶ ପସନ୍ଦ ବି କରୁଛନ୍ତି।

ନିକଟରେ ଅର୍ଜୁନ କପୁର ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ କହିଛନ୍ତି, ‘ମୁଁ ମୋ ସ୍ବାସ୍ଥ୍ୟକୁ ନେଇ କେବେ ଖୋଲାଖୋଲି ଆଲୋଚନା କରି ନାହିଁ। ମୁଁ ହାସିମୋଟୋସ ଥାଇରଏଡାଇଟିସ ଭଳି ଏକ ରୋଗରେ ପୀଡ଼ିତ ଅଛି।

ଏହା ଏପରି  ଏକ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି କ୍ରମାନୁସାରେ ନଷ୍ଟ ହୋଇଯାଏ । ଆରମ୍ଭରୁ କୌଣସି ଲକ୍ଷଣ ଦେଖା ଦେଇ ନଥାଏ । କିନ୍ତୁ ସମୟ କ୍ରମେ ଏହି ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ଶରୀରରେ ଥାଇରଏଡର ଆକାର ବଢ଼ିଯାଇ ଏକ ଗଳଗଣ୍ଡ/ଗଏଟର ତିଆରି ହୋଇଥାଏ। ଏହି ରୋଗରେ ମୁଁ ୩୦ବର୍ଷ ବୟରୁ ପୀଡ଼ତ ହୋଇଛି। ମୋର ମା’ ଓ ଭଉଣୀଙ୍କ ଶରୀରରେ ବି ଏହି ରୋଗ ଅଛି।’  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe