ଅର୍ଜୁନଙ୍କ ନାମରେ ଲୋକଙ୍କୁ ଠକୁଥିଲେ ଯୁବକ, ସତର୍କ କଲେ ଅଭିନେତା

ଅର୍ଜୁନ କପୁର ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ଏକ ଠକେଇକୁ ନେଇ ସଚେତନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ନାମରେ କେହି ଜଣେ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛି।

tarjunkk

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଅନଲାଇନ୍ ଠକେଇକୁ ନେଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ଜଣେ ଅଜଣା ଯୁବକ ତାଙ୍କ ମ୍ୟାନେଜର ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଜଣାଇଛନ୍ତି ଅର୍ଜୁନ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଅର୍ଜୁନ କପୁର ତାଙ୍କ ଫଲୋୟର୍ସମାନଙ୍କୁ ଏକ ନକଲି ଆକାଉଣ୍ଟ ବିଷୟରେ ଜଣାଇଛନ୍ତି। ଏହି ବ୍ୟକ୍ତି ଜଣେ ଠକ ବୋଲି ସେ ଲେଖିଛନ୍ତି। ଏହି ଠକ ଅର୍ଜୁନଙ୍କ ନାମ ବ୍ୟବହାର କରି ଲୋକଙ୍କୁ ସେମାନଙ୍କର ବ୍ୟକ୍ତିଗତ ସୂଚନା ଦେବାକୁ ଏବଂ ଅଜଣା ଲିଙ୍କରେ କ୍ଲିକ୍ କରିବାକୁ କହୁଥିବା ଜଣାଇଛନ୍ତି ଅଭିନେତା।

Arjun Kapoor Online Fraud: अर्जुन कपूर हुए ऑनलाइन ठगी का शिकार, फैंस को दी वॉर्निंग

ତାଙ୍କ ଇନଷ୍ଟା ପୋଷ୍ଟ ଅନୁଯାୟୀ, "ମୁଁ ଜାଣିବାକୁ ପାଇଛି ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଲୋକମାନଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ମୋର ମ୍ୟାନେଜର ବୋଲି ଦାବି କରୁଛନ୍ତି। ଏହା ସହ ମୋ ସହିତ ଦେଖା କରାଇଦେବେ ବୋଲି ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଦୟାକରି ଜାଣି ରଖନ୍ତୁ ଯେ ସେଭଳି ମେସେଜ ଆପଣଙ୍କୁ ଠକିବା ପାଇଁ କରାଯାଉଛି। ମୋର ସେମାନଙ୍କ ସହ କୌଣସି ସମ୍ପର୍କ ନାହିଁ। ଏପରି ଲିଙ୍କଗୁଡିକ ଉପରେ କ୍ଲିକ୍ କରିବାକୁ ମୁଁ କଦାପି କାହାକୁ କହିବି ନାହିଁ। ଦୟାକରି ସୁରକ୍ଷିତ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe