କରୋନା ଆକ୍ରାନ୍ତ ହେଲେ ଅର୍ଜୁନ-ଅଂଶୁଲା କପୁର ଓ ରିୟା-କରନ ବୁଲାନୀ

Advertisment
କରୋନା ଆକ୍ରାନ୍ତ ହେଲେ ଅର୍ଜୁନ-ଅଂଶୁଲା କପୁର ଓ ରିୟା-କରନ ବୁଲାନୀ

indiatoday

ମୁମ୍ବାଇ: ବଲିଉଡରେ ବଢ଼ୁଛି କରୋନା ସଂକ୍ରମଣ। ପ୍ରଥମେ ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଆରୋରା କରୋନା ପଜିଟିଭ ହୋଇଥିବା ନେଇ ଖବର ଆସିଥିବା ବେଳେ ଏବେ ବଲିଉଡରୁ ପୁଣି ୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ଅର୍ଜୁନ କପୁର ଗତବର୍ଷ ସେପ୍ଟେମ୍ବରରେ କରୋନା ଆକ୍ରାନ୍ତ ‌ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ତାଙ୍କ ଭଉଣୀ ଅଂଶୁଲା କପୁର, ଅନୀଲ କପୁରଙ୍କ ଝିଅ ରିୟା କପୁର ଏବଂ ତାଙ୍କ ଜ୍ବାଇଁ କରନ ବୁଲାନୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଅର୍ଜୁନ ଏବଂ ଅଂଶୁଲା ନିଜକୁ ସଙ୍ଗରୋଧରେ ରଖିଥିବା ବେଳେ ତାଙ୍କ ସଂଶ୍ପର୍ଷରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇନେବା ପାଇଁ କହିଛନ୍ତି। ଅର୍ଜୁନ କରୋନା ପଜିଟିଭ ହେବା ପରେ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ରିୟା ଏବଂ ତାଙ୍କ ସ୍ବାମୀ କରନ ବୁଲାନୀ କରୋନା ଆକ୍ରାନ୍ତ ହେବା ପରେ ନିଜକୁ ସଙ୍ଗରୋଧ କରିବା ସହ ସମସ୍ତ କରୋନା କଟକଣା ଅନୁସରଣ କରୁଛନ୍ତି।

अर्जुन कपूर-मलाइका अरोड़ा aajtak

ତେବେ ନିକଟରେ ଅର୍ଜୁନ କପୁର ଖ୍ରୀଷ୍ଟମାସ ପାର୍ଟିପାଇଁ ତାଙ୍କ ପ୍ରେମିକା ମଲାଇକା ଆରୋରାଙ୍କ ଘରକୁ ଯାଇଥିଲେ। ଏହି ପାର୍ଟିରେ ମଲାଇକାଙ୍କ ଭଉଣୀ ଅମୃତା ଆରୋରା ଏବଂ କରୀନା କପୁର ମଧ୍ୟ ଉପସ୍ଥିତ ଥିଲେ। ଖ୍ରୀଷ୍ଟମାସର କିଛି ଦିନ ପୂର୍ବରୁ ଉଭୟ ଅମୃତା ଆରୋରା ଏବଂ କରୀନା କପୁରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ସେହି ପାର୍ଟିକୁ ଯାଇ ଅର୍ଜୁନ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe