ତୁମେ କ'ଣ କେବେ ଭୁଲ ନାହିଁ; ମଲାଇକାଙ୍କ ଜନ୍ମଦିନରେ ଅର୍ଜୁନ କଲେ ଏଭଳି ପୋଷ୍ଟ

Advertisment

ଦୀର୍ଘ ଦିନ ହେଲାଣି ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ବ୍ରେକଅପ ଖବର ଚର୍ଚ୍ଚାରେ ରହିଛି। ଏ ମଧ୍ୟରେ ମଲାଇକା ଆରୋରାଙ୍କ ଜନ୍ମଦିନରେ ଅର୍ଜୁନ କରିଥିବା ପୋଷ୍ଟ ଭାଇରାଲ ହେବାରେ ଲାଗିଛି |

ଦୀର୍ଘ ଦିନ ହେଲାଣି ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ବ୍ରେକଅପ ଖବର ଚର୍ଚ୍ଚାରେ ରହିଛି। ଏ ମଧ୍ୟରେ ମଲାଇକା ଆରୋରାଙ୍କ ଜନ୍ମଦିନରେ ଅର୍ଜୁନ କରିଥିବା ପୋଷ୍ଟ ଭାଇରାଲ ହେବାରେ ଲାଗିଛି |

arjun

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର ସେମାନଙ୍କ ବ୍ରେକଅପ୍ ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଗୁଜବ ଉପରେ ଦମ୍ପତି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ମଲାଇକା ଏବଂ ଅର୍ଜୁନ ପ୍ରକୃତରେ ବ୍ରେକଅପ କରିସାରିଛନ୍ତି। ସମାନ ଇଭେଣ୍ଟରେ ଅର୍ଜୁନ-ମଲାଇକା ଅଲଗା ଅଲଗା ବସିବାଠାରୁ ଆରମ୍ଭ କରି ଅର୍ଜୁନ, ମଲାଇକାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ନଜଣାଇବାଟା ଦୁହିଁଙ୍କ ଅଲଗା ହେବା ଖବରକୁ ନିଶ୍ଚିତ କରୁଛି |

मलाइका अरोड़ा के बर्थडे पर अर्जुन कपूर ने शेयर किया क्रिप्टिक पोस्ट, लिखा- 'कभी मत भूलो तुम कौन हो

ମଲାଇକା ଅକ୍ଟୋବର ୨୩ରେ ନିଜ ଜନ୍ମଦିନ ପାଳନ କରିଥିବା ବେଳେ ଅର୍ଜୁନ ତାଙ୍କୁ ଶୁଭେଚ୍ଛା ନଜଣାଇ ଏକ ଅଜବ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ ହେଉଛି | ସେ ନିଜ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ଲେଖାଥିଲା, 'ତୁମେ କ'ଣ ତାହା କେବେ ଭୁଲ ନାହିଁ |' ତାଙ୍କର ଏହି ପୋଷ୍ଟ ଭାଇରାଲ ହେଉଥିବା ବେଳେ ସେ କାହା ପାଇଁ ଏହି ପୋଷ୍ଟ କରିଥିଲେ ତାହା ଜଣାପଡିନାହିଁ | ତେବେ ପୋଷ୍ଟଟି ମଲାଇକାଙ୍କ ପାଇଁ ଥିଲା ବୋଲି ସୋସିଆଲ ମିଡିଆରେ ଲୋକେ କହିବା ଆରମ୍ଭ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe