ନ୍ୟୁୟର୍କରେ ପ୍ରେମିକ ରୋହନ ଠକ୍କରଙ୍କ ସହ ନିର୍ବନ୍ଧ କଲେ ଅଂଶୁଲା

Advertisment
nDHgd

ମୁମ୍ବାଇ: ୩ବର୍ଷର ପ୍ରେମ ସମ୍ପର୍କ ପରେ ନିର୍ବନ୍ଧ କଲେ ବଲିଉଡ ପ୍ରଯୋଜକ ବୋନି କପୁରଙ୍କ ଝିଅ ଅଂଶୁଲା କପୁର। ପ୍ରେମିକ ରୋହନ ଠକ୍କର ବିବାହ ପାଇଁ ପ୍ରସ୍ତାବ ଦେଉଥିବା ବେଳର ଫଟୋ ଅଂଶୁଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ନିର୍ବନ୍ଧ କରିଥିବା ଘୋଷଣା କରିଛନ୍ତି। ଏହି ପୋଷ୍ଟ ପରେ ଅନେକ ଷ୍ଟାର ଅଂଶୁଲା କପୁରଙ୍କୁ ତାଙ୍କ ନିର୍ବନ୍ଧ ପାଇଁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। 

ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ତାଙ୍କ ଇନଷ୍ଟାଗ୍ରାମରେ ନ୍ୟୁୟର୍କ ସେଣ୍ଟ୍ରାଲ ପାର୍କରେ ହୋଇଥିବା ସେମାନଙ୍କ ନିର୍ବନ୍ଧର ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ରୋହନ, ଅଂଶୁଲାଙ୍କୁ ଆଣ୍ଠୁମାଡ଼ି ବିବାହ ପ୍ରସ୍ତାବ ଦେଉଥିବାର ଦେଖାଯାଇଛି।  ନିର୍ବନ୍ଧର ଫଟୋ ସେୟାର କରି ଅଂଶୁଲା କ୍ୟାପସନରେ ଲେଖିଛନ୍ତି ଯେ, "ଆମେ ଏକ ଆପ୍ ମାଧ୍ୟମରେ ଭେଟିଥିଲୁ। ମଙ୍ଗଳବାର ଦିନ ରାତି ୧.୧୫ରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା, ଯାହା ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା। ସେତେବେଳେ ଏହା କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷର ଆରମ୍ଭ ପରି ମୋତେ ଅନୁଭବ ହେଉଥିଲା। ୩ବର୍ଷ ପରେ, ମୋର ପ୍ରିୟ ସହରରେ, ସେଣ୍ଟ୍ରାଲ ପାର୍କର ଦୁର୍ଗ ସମ୍ମୁଖରେ, ସେ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ। ଭାରତୀୟ ସମୟ ଅନୁସାରେ ଠିକ୍ ୧.୧୫ ହୋଇଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe