ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମଲାଇକାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଅର୍ଜୁନ ସେୟାର କଲେ ପୋଷ୍ଟ

ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ହସିହସି ହାତ ଧରି ଯାଉଥିବା ମଲାଇକାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଅର୍ଜୁନ କପୁର ସେୟାର କଲେ ଭାବବିହ୍ବୋଳ ପୋଷ୍ଟ। ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ ଏଭଳି ପ୍ରତିକ୍ରିୟା।

43543

ମୁମ୍ବାଇ: ଦୀର୍ଘ ୫/୬ ବର୍ଷ ହେବ କୌଣସି ସ୍ଥାନକୁ ଛୁଟି କାଟିବାକୁ ଯାଇଥିବା ସମୟରେ ଅଭିନେତ୍ରୀ ମଲାଇକା ଅରୋଡା ଓ ଅଭିନେତା ଅର୍ଜୁନ କପୁର ରୋମାଣ୍ଟିକ ଫଟୋ ସେୟାର କରିଥାଆନ୍ତି। କିନ୍ତୁ ନିକଟରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହିତ ଅର୍ଜୁନ ଓ ମଲାଇକା ଅଲଗା ହୋଇଯାଇଥିବା ଖବର ଚର୍ଚ୍ଚାରେ ରହିଛି। ଏହି ଖବର ଦୁହିଁଙ୍କ ଫ୍ୟାନ୍ସଙ୍କୁ ଦୁଃଖୀ ବି କରି ଦେଇଛି। 

ତେବେ ପରସ୍ପର ଠାରୁ ଅଲଗା ହେବାପରେ ଅର୍ଜୁନ ଓ ମଲାଇକା ସୋସିଆଲ ମିଡିଆରେ ବିଚ୍ଛେଦର ସଙ୍କେତ ଦେଇ ପୋଷ୍ଟ ସେୟାର କରୁଛନ୍ତି। ଏମିତି କି ନିକଟରେ ଅର୍ଜୁନ ସିଙ୍ଗଲ ଅଛନ୍ତି କହି ଏକ ପୋଷ୍ଟ ସେୟାର କରିବା ପରେ ମଲାଇକାଙ୍କ ସହିତ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଥିଲା।

ଏହି କ୍ରମରେ ମଲାଇକାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ସହିତ ହସିହସି ତାଙ୍କ ହାତଧରି ଯାଉଥିବା ଦେଖିବାକୁ ମିଳୁଛି।

 ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅର୍ଜୁନ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଅନ୍ୟର ଖୁସିରେ ଖୁସି ଖୋଜନ୍ତୁ। କାରଣ ଆପଣ ତାଙ୍କୁ ଖୁବ ଭଲ ପାଆନ୍ତି। ’

ଅର୍ଜୁନଙ୍କ ଏହି ପୋଷ୍ଟ ମଲାଇକାଙ୍କ ଉଦ୍ଦେଶ୍ୟରେ ଥିବା କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe