ମଲାଇକା ଅରୋରା ଗର୍ଭବତୀ ଥିବା ଚର୍ଚ୍ଚା ଭିତରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଲେ ଅର୍ଜୁନ କପୁର

Advertisment
ମଲାଇକା ଅରୋରା ଗର୍ଭବତୀ ଥିବା ଚର୍ଚ୍ଚା ଭିତରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଲେ ଅର୍ଜୁନ କପୁର

ମୁମ୍ବାଇ: ଅଭିନେତା ଅଜୁର୍ନ କପୁର ଓ ତାଙ୍କ ଅଭିନେତ୍ରୀ ପ୍ରେମିକା ମଲାଇକା ଅରୋରାଙ୍କ ପ୍ରେମ କାହାଣୀର ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। ନିଜଠାରୁ ସାନ ପୁଅକୁ ପ୍ରେମ କରି ମଲାଇକା ସବୁବେଳେ ଚର୍ଚ୍ଚାର ପରିସରକୁ ଆସୁଥିବା ବେଳେ ନିକଟରେ ତାଙ୍କ ବିଷୟରେ ଅନ୍ୟ ଏକ କଥା ଶୁଣିବାକୁ ମିଳିଥିଲା। କୁହାଯାଉଥିଲା ଯେ ମଲାଇକା ୪୯ ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି। ମାତ୍ର ଏହା ଏକ ଗୁଜବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରେମିକ ଅର୍ଜୁନ କପୁର।

ଅଧିକାଂସ ସମୟରେ ସେ ଦୁହିଁଙ୍କର ବିବାହ ଓ ବ୍ରେକ୍‌-ଅପ୍‌ ହୋଇ ଯାଇଥିବା ଗୁଜବ ବି ଶୁଣିବା ମିଳିଛି। ଗତବର୍ଷ ନଭେମ୍ବର ମାସରେ ମଲାଇକା ଗର୍ଭବତୀ ଥିବା ଖବର ଶୁଣି ମୁହଁ ଖୋଲିଛନ୍ତି ଅର୍ଜୁନ। ସେ ଗଣମାଧ୍ୟମରେ ତ‌ାଙ୍କର ବୟାନ ଦେଇ କହିଛନ୍ତି, ‘ଗଣମାଧ୍ୟମ ଏପରି କିଛି ବି ପ୍ରକାଶ କରିବା ଉଚିତ ନୁହେଁ, ଯାହା ଅନ୍ୟର ଜୀବନକୁ ବଦଳାଇ ଦେଇପାରେ। ଗୁଜବ ପ୍ରଘଟ କଲେ ନକାରାତ୍ମକ ଭାବ ବଢ଼େ। ନକାରାତ୍ମକତା ବଢ଼ିବା ଖୁବ ସହଜ ଓ ଏବଂ ଏହା ବହୁତ ଦିନରୁ ହୋଇଆସୁଛି। ମୋତେ ଜଣା ଅଛି କି ସେଲିବ୍ରିଟିମାନଙ୍କ ଜୀବନର ସମସ୍ତ କଥା କେବେ ବି ଗୋପନ ରହିପାରିବ ନାହିଁ। ହେଲେ ଗଣମାଧ୍ୟମ ପ୍ରତିନିଧିମାନେ ଅତି କମ୍‌ରେ ଖବରକୁ ନିଶ୍ଚିତ କରି ପ୍ରସାରଣ କରନ୍ତୁ।’

ଉଲ୍ଲେଖଯୋଗ୍ୟ, ବଲିଉଡର ସେଲିବ୍ରିଟି ପ୍ରେମୀଯୁଗଳ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଗତ କିଛି ବର୍ଷ ହେବ ସମ୍ପର୍କରେ ଅଛନ୍ତି। ସୋସିଆଲ୍‌ ମିଡିଆରେ ନିଜ ବ୍ୟକ୍ତିଗତ ଜୀବନର ଫଟୋ, ଭିଡିଓ ସେୟାର୍‌ କରିବାରେ ସେ ଦୁହେଁ କେବେ ବି ହେଳା କରନ୍ତି ନାହିଁ।

ରବିବାର ଦିନ ମଲାଇକା ତାଙ୍କ ପ୍ରେମିକା ଅର୍ଜୁନ କପୁରଙ୍କର ଏକ ଫଟୋ ସେୟାର୍‌ କରିଛନ୍ତି। ତେବେ ସେ ସେୟାର୍‌ କରିଥିବା ଫଟୋରେ ଅର୍ଜୁନଙ୍କୁ ଅର୍ଧନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି। ଅଜୁର୍ନ ସଂପୂର୍ଣ୍ଣ ଖାଲି ଦେହରେ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ଅଙ୍ଗ ସମ୍ମୁଖରେ୍‌ ବାସ୍‌ ଏକ ତକିଆ ଥୁଆ ହୋଇଛି। ମଲାଇକା ଏହି ଫଟୋଟିକୁ ସେୟାର୍‌ କରି ସେଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ମୋ ଅତି ନିଜର ଅଳସୁଆ ବାଳକ (ମାଇଁ ଭେରି ଓନ୍‌ ଲେଜି ବୟ)’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe