ଇନ୍‌ଷ୍ଟାରେ ଫଟୋ ଅପ୍‌ଲୋଡ୍‍ କରିବା ପରେ ଜାହ୍ନବୀଙ୍କୁ ଟ୍ରୋଲ୍‌ କଲେ ଅର୍ଜୁନ କପୁର, ଦେଖନ୍ତୁ କ’ଣ ଥିଲା ଭାଇ ଅର୍ଜୁନଙ୍କ ପ୍ରତିକ୍ରିୟା

Advertisment
ଇନ୍‌ଷ୍ଟାରେ ଫଟୋ ଅପ୍‌ଲୋଡ୍‍ କରିବା ପରେ ଜାହ୍ନବୀଙ୍କୁ ଟ୍ରୋଲ୍‌ କଲେ ଅର୍ଜୁନ କପୁର, ଦେଖନ୍ତୁ କ’ଣ ଥିଲା ଭାଇ ଅର୍ଜୁନଙ୍କ ପ୍ରତିକ୍ରିୟା

India.com

ମୁମ୍ବାଇ : ଭାଇ-ଭଉଣୀମାନଙ୍କ ମଧ୍ୟରେ ଥିବା ସଂର୍ପକକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ । ଛୋଟ ବେଳୁ ନିଜ ଭଉଣୀମାନଙ୍କଠାରୁ ଦୂରରେ ରହିଥିବା ଅଭିନେତା ଅର୍ଜୁନ କପୁର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ନିଜ ଭଉଣୀମାନଙ୍କ ପାଖରେ ଆସି ରହିବାକୁ ଲାଗିଥିଲେ । ଯାହା ପରେ ସେ ଭାଇ-ଭଉଣୀର ସଂପର୍କ ବିଷୟରେ ବୁଝିବା ସହ ଏତେ ଦୂରରେ ରହି ସେ ଯେଉଁ ଭୁଲ କରିଥିଲେ ସେ ନେଇ ଅନୁତାପ ମଧ୍ୟ କରିଥିଲେ । ଏବେ ଅର୍ଜୁନ କପୁର ନିଜ ଭଉଣୀମାନଙ୍କ ସହ ରହୁଥିବା ବେଳେ ଭାଇ-ଭଉଣୀଙ୍କ ମଧ୍ୟରେ କେତେ ଭଲ ପାଇବା ରହିଛି ତାହା ଅନେକ ସମୟରେ ଦେଖିବାକୁ ମିଳୁଛି । ଏବେ ଅର୍ଜୁନ କପୁର ଜାହ୍ନବୀଙ୍କ ଫଟୋରେ ତାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି ।

publive-image bollywoodbubble.com

ସୂଚନା ମୁତାବକ, ଏକ ଲିପ୍‌ଷ୍ଟିକ୍‌ ବ୍ରାଣ୍ଡର ବିଜ୍ଞାପନ ପାଇଁ ଜାହ୍ନବୀ କରିଥିବା ଫଟୋସୁଟ୍‌ର ଏକ ଫଟୋ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ ।ଏହାକୁ ଦେଖିବା ପରେ ତୁମେ ମଧ୍ୟାହ୍ନ ଭୋଜନ କରି ନାହଁ ନା, ବୋଲି ଅର୍ଜୁନ ଜାହ୍ନବୀଙ୍କୁ କହି ଟ୍ରୋଲ କରିଥିଲେ । ଏହାର ଉତ୍ତରରେ ମୁଁ ଭାବୁଛି ତୁମେ ତୁମ ଜୋକ୍‌କୁ ବିଶ୍ୱ ଆଇସ୍‌କ୍ରିମ୍‌ ଦିବସ ପାଇଁ ବଞ୍ଚାଇ ରଖିବା ଦରକାର ବୋଲି ଜାହ୍ନବୀ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe