ବଲିଉଡରେ ଏକ ଅଜବ ପ୍ରେମ କାହାଣୀ ଆଧାରିତ ସିନେମା ଆସୁଛି , ଜାଣନ୍ତୁ ଏଭଳି କାହିଁକି କୁହାଯାଉଛି ?

Advertisment
ବଲିଉଡରେ ଏକ ଅଜବ ପ୍ରେମ କାହାଣୀ ଆଧାରିତ ସିନେମା ଆସୁଛି , ଜାଣନ୍ତୁ ଏଭଳି କାହିଁକି କୁହାଯାଉଛି ?

ମୁମ୍ବାଇ: ଏବେ ବଲିଉଡରେ ଏଭଳି ଏକ ସିନେମାର କାମ ଚାଲିଛି ଯେଉଁଥିରେ ଗେଡ଼ା ଯୁବକ ଏବଂ ଡେଙ୍ଗୀ ଯୁବତୀଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ ।ଏହି ସିନେମାର ନାଆଁ ହେଲା , ‘ଅର୍ଜୁନ ପଟିଆଲା’।ଏହା ଏକ କମେଡି ସିନେମା।ଫିଲ୍ମର କଥାବସ୍ତୁ ଅନୁଯାୟୀ ଋତୁ ରାନ୍ଧଓ୍ଵା ଜଣେ ଯୁବ ସାମ୍ବାଦିକା। ସେ ମିଡିଆରେ କାମ କରେ। ଘଟଣାକ୍ରମେ ଜଣେ ଯୁବକ ଅର୍ଜୁନ ସହିତ ଋତୁର ଦେଖା ହୁଏ।ତା’ପରେ ଦୁହିଁଙ୍କର ରୋମାନ୍‌ସ ଆରମ୍ଭ ହୁଏ।

publive-image
ପ୍ରେମୀଯୁଗଳଙ୍କ ମଧ୍ୟରୁ ଋତୁ ଡେଙ୍ଗୀ ଆଉ ଅର୍ଜୁନ ହେଉଛି ଗେଡା। ଉଭୟଙ୍କର ରୋମାନ୍‌ସରେ କି କି ଅସୁବିଧା ସୃଷ୍ଟି ହେଉଛି,ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଭୂଷଣ କୁମାରଙ୍କ ପ୍ରଯୋଜିତ ତଥା ଦିନେଶ ବିଜନଙ୍କ ନିର୍ଦ୍ଦେଶିତ ନୂଆ ସିନେମା ହେଉଛି ‘ଅର୍ଜୁନ ପଟିଆଲା’। ଏହାର ନିର୍ଦ୍ଦେଶକ ହେଲେ ରୋହିତ ୟୁଗରାଜ୍‌। ‘ଅର୍ଜୁନ ପଟିଆଲା’ରେ କ୍ରିତି ସାନନ୍‌,ଦିଲଜିତ୍‌ ଦୋସାଁଝା,ବରୁଣ ଶର୍ମା ଓ ରୋନିତି ରୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାକୁ ଏକ ଅଜବ ପ୍ରେମ କାହାଣୀ ବୋଲି ବି କୁହାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe