image source--news18
ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ପତ୍ନୀ ମେହେର ଜେସିଆଙ୍କର ଛାଡ଼ପତ୍ର ହୋଇଥିବା ଜଣାଯାଇଛି। ଏହା ଅପୋଷ ବୁଝାମଣା ଭିତ୍ତିରେ ହୋଇଥିବା ଜଣାଯାଇଛି। ସେଦୁହେଁ ଗତ ଏପ୍ରିଲ ୩୦ ତାରିଖରେ ଅପୋଷ ବୁଝାମଣା ଭିତ୍ତିରେ ଛାଡ଼ପତ୍ରପାଇଁ ଆବେଦନ କରିଥିଲେ।
ଗତ ମଙ୍ଗଳବାର ଦିନ ବାନ୍ଦ୍ରାର ଏକ କୋର୍ଟ ଉଭୟଙ୍କର ଛାଡ଼ପତ୍ରପାଇଁ ଆବେଦନକୁ ମଂଜୁର କରିଥିଲେ। ଏହାଫଳରେ ଉଭୟଙ୍କର ୨୧ ବର୍ଷର ବୈବାହିକ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଲା। ଛାଡ଼ପତ୍ର ପରେ ମେହେର ଜେସିଆ ଦୁଇ ଝିଅଙ୍କ ସହ ବାନ୍ଦ୍ରାର ଏକ ଆପାର୍ଟମେଣ୍ଟରେ ରହିବେ ବୋଲି ଜଣାଯାଇଛି।
image source-navbharattimesଏଣେ ଅର୍ଜୁନ ରାମପାଲ ତାଙ୍କର ଦକ୍ଷିଣ ଆଫ୍ରିକୀୟ ମଡେଲ ଗ୍ରେବିଏଲ୍ ଡେମେଟ୍ରିଏଡସଙ୍କ ସହ ଅନ୍ୟତ୍ର ଏକ ଫ୍ଲାଟରେ ରହୁଛନ୍ତି। ଉଭୟଙ୍କର ଆରିଫ ନାମକ ଏକ ପୁଅ ଅଛି।
ପ୍ରଥମେ ଶୁଣିବାକୁ ମିଳୁଥିଲା କି ଅର୍ଜୁନ ରାମପାଲ ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନାଙ୍କ ସହିତ ସଂପର୍କ ରଖିବାକୁ ମେହେରଙ୍କଠାରୁ ସଂପର୍କ ଛିନ୍ନ କରିଛନ୍ତି, ହେଲେ ପରେ ଅସଲ କାରଣ ଜଣାପଡ଼ିଥିଲା ଯେ ଗ୍ରେବିଏଲ୍ ଡେମେଟ୍ରିଏଡସଙ୍କ ସହ ଆଫେଆରରେ ଥିବା ହେତୁ ପତ୍ନୀ ମେହେର ଜେସିଆଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ।
Follow Us