ଫିଲ୍ମର ପ୍ରଚାର ବେଳେ କାଚ ଭାଙ୍ଗି ମଞ୍ଚ ଉପରକୁ ଆସୁଥିଲେ ଅର୍ଜୁନ, ଲାଗିଲା ଆଘାତ

ସୋମବାର ଦିନ 'ରାଣା ନାଇଡୁ ୨'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅଭିନେତା ଅର୍ଜୁନ ରାମପାଲ ଆହତ ହୋଇଛନ୍ତି। ତାଙ୍କ ଆଙ୍ଗୁଠିରେ କାଚ ପଶିଯିବାରୁ ସେ ଆହତ ହୋଇଥିବା ଜଣାଯାଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

yy

yy

ମୁମ୍ବାଇ: ସୋମବାର ଦିନ ରାଣା ଦଗ୍ଗୁବତୀ ଏବଂ ଭେଙ୍କଟେଶଙ୍କ ୱେବ ସିରିଜ୍ 'ରାଣା ନାଇଡୁ ୨'ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଉପସ୍ଥିତ ରହିଥିଲେ।  ନେଟଫ୍ଲିକ୍ସ ମୁମ୍ବାଇରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏକ ଅଘଟଣ ଘଟିଥିବା ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅର୍ଜୁନ ରାମପାଲଙ୍କ ଆଙ୍ଗୁଠିରୁ ରକ୍ତ ବୋହୁଛି।

ଭିଡିଓରେ ଦେଖାଯାଇଛି ଯେ, କାର୍ଯ୍ୟକ୍ରମରେ ଅର୍ଜୁନ ରାମପାଲ କାଚ ଫ୍ରେମ ଭାଙ୍ଗି ମଞ୍ଚ ଉପରକୁ ଆସୁଛନ୍ତି। କାଚ ଭାଙ୍ଗିବା ‌ବେଳେ ତାଙ୍କ ହାତରେ ଆଘାତ ଲାଗିଥିବା ବେଳେ ମଞ୍ଚ ଉପରକୁ ଆସିବା ପରେ ତାଙ୍କ ଆଙ୍ଗୁଠି‌ରୁ ରକ୍ତ ବାହାରୁଥିବା ଦେଖାଯାଇଛି। ଆଙ୍ଗୁଠିରୁ ରକ୍ତ ବାହାରିବା ସତ୍ତ୍ୱେ, ଅଭିନେତା ହସ ହସ ମୁହଁରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କୁହାଯାଉଛି ଯେ କିଛି ସମସ୍ୟା ଯୋଗୁଁ କାର୍ଯ୍ୟକ୍ରମରେ ଲାଗିଥିବା କାଚ ଠିକ୍ ଭାବରେ ଭାଙ୍ଗି ନଥିଲା, ଯାହା ଫଳରେ ଅର୍ଜୁନ ରାମପାଲଙ୍କୁ ନିଜ ହାତରେ ଏହାକୁ ଭାଙ୍ଗିବାକୁ ପଡିଥିଲା। ଏହି କାରଣରୁ ତାଙ୍କ ହାତରେ ଆଘାତ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe