ଅରମାନ, ପାୟଲ ଓ କୃତିକାଙ୍କୁ ସମନ ଜାରି କଲେ କୋର୍ଟ

ସମ୍ପ୍ରତି ୟୁଟ୍ୟୁବର ଅରମାନ ମାଲିକ, ପାୟଲ ଓ କୃତିକାଙ୍କୁ ପଟିଆଲା କୋର୍ଟ ସମନ କରିଛନ୍ତି। ତିନି ଜଣଙ୍କୁ ଦୁଇଟି ପୃଥକ ମାମଲାରେ ସମନ କରାଯାଇଛି। ସେପ୍ଟେମ୍ବର ୨ରେ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି

New Project (6)

ମୁମ୍ବାଇ: ସଲମାନ ଖାନଙ୍କ ରିଆଲିଟି ସୋ’ 'ବିଗ୍ ବସ୍ ଓଟିଟି ୩'ରେ ନଜର ଆସିଥିବା ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସୋସିଆଲ ମିଡିଆରେ ସେମାନଙ୍କ ଜୀବନଶୈଳୀକୁ ନେଇ ବେଶ ଚର୍ଚ୍ଚାର ଅଛନ୍ତି। 

ସମ୍ପ୍ରତି ଅରମାନ ମାଲିକ, ପାୟଲ ଓ କୃତିକାଙ୍କୁ ପଟିଆଲା କୋର୍ଟ ସମନ କରିଛନ୍ତି। ତିନି ଜଣଙ୍କୁ ଦୁଇଟି ପୃଥକ ମାମଲାରେ ସମନ କରାଯାଇଛି। ସେପ୍ଟେମ୍ବର ୨ରେ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ଏହି ତିନି ଜଣଙ୍କର ବିରୋଧରେ  ଧାର୍ମିକ ଭାବନାକୁ ଆଘାତ ଦେବା ନେଇ ଅଭିଯୋଗ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଦବିନ୍ଦର ରାଜପୁତ ନାମକ ଜଣେ ବ୍ୟକ୍ତି ଅରମାନ ମାଲିକ, ପାୟଲ ମାଲିକ ଏବଂ କୃତିକା ମାଲିକଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଥିଲେ । ଏହି ଆବେଦନକୁ ଆଧାର କରି ତିନିଜଣ ୟୁଟ୍ୟୁବରଙ୍କ ବିରୋଧରେ କୋର୍ଟ ଏହି ସମନ ଜାରି କରିଛନ୍ତି।

ଅଭିଯୋଗ ହୋଇଛି କି, ଅରମାନ ମାଲିକ ଦୁଇଥର ନୁହେଁ ଚାରି ଥର ବିବାହ କରିଛନ୍ତି, ଯାହାକି ହିନ୍ଦୁ ବିବାହ ଆଇନର ଉଲ୍ଲଂଘନ ଅଟେ।ଆବେଦନରେ ଅରମାନ ଚାରିଥର ବିବାହ କରିବାର ଅଭିଯୋଗ କରିବା ବ୍ୟତୀତ, ଅରମାନ ଏବଂ ପାୟଲଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବାର ମଧ୍ୟ ଅଭିଯୋଗ କରାଯାଇଛି। 

କୁହାଯାଇଛି କି ପାୟଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ହିନ୍ଦୁ ଦେବୀ ମାତା କାଳୀଙ୍କ ପରି ବେଶରେ ସଜ୍ଜିତ ହୋଇଥିଲେ, ଯାହାକି ବିବାଦ ସୃଷ୍ଟି କରିଥିଲା। ଏପରି କରିବା ଦ୍ୱାରା ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଥିଲା । ଯାହା ଭାରତୀୟ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ।

ଦେବୀ କାଳୀଙ୍କ ବେଶ ଧାରଣ କରି ବିବାଦକୁ ଆସିଥିବା ପାୟଲ ଏବଂ ଅରମାନ ନିଜ ଦୋଷ ସ୍ବୀକାର କରି ପରବର୍ତ୍ତୀ ସମୟରେ ସମସ୍ତଙ୍କୁ କ୍ଷମା ବି ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe