Times of India
ମୁମ୍ବାଇ: ଜନ୍ମଦିନରେ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ମିଳିଛି ବଡ଼ ଉପହାର। ତାଙ୍କ ଭଉଣୀ ଅର୍ପିତା ଖାନ୍ ଶର୍ମା ଶିଶୁକନ୍ୟାକୁ ଜନ୍ମ ଦେବା ପରେ ଦ୍ବିତୀୟ ଥର ମାମୁ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସଲମାନ। ପୂର୍ବରୁ ସଲମାନଙ୍କ ଜନ୍ମଦିନରେ ହିଁ ଅର୍ପିିତାଙ୍କ ପ୍ରସବ ହେବା ଖବର ସାମ୍ନାକୁ ଆସିଥିବା ବେଳେ ଗତକାଲି ତାଙ୍କୁ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସମୟ ସକାଳ ୯ଟାରୁ ୧ଟା ମଧ୍ୟରେ ଅର୍ପିତା ନବଜାତକୁ ଜନ୍ମ ଦେବେ ବୋଲି ଡାକ୍ତର କହିଥିବା ବେଳେ ମଧ୍ୟାହ୍ନ ସମୟରେ ହିଁ ସେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।
ଶିଶୁକନ୍ୟାକୁ ଜନ୍ମ ଦେଇ ଅର୍ପିତା ସଲମାନଙ୍କୁ ଜନ୍ମଦିନର ବଡ଼ ଉପହାର ଦେଇଛନ୍ତି। ଏହା ସହ ଝିଅ ଜନ୍ମ ହେବା ଖବର ଶୁଣି ଅର୍ପିତାଙ୍କ ସ୍ବାମୀ ଆୟୁଷ ଶର୍ମା ସୋସିଆଲ ମିଡିଆରେ ଝିଅର ନାଁ ସେୟାର କରିଛନ୍ତି। ଇନଷ୍ଟା ପୋଷ୍ଟ କରି ସେ ଲେଖିଛନ୍ତି କି, ଆମ ଘରେ ଏକ କନ୍ୟା ଜନ୍ମ ନେଇଛି। ଆୟତକୁ ଆର୍ଶୀବାଦ ଓ ଭଲପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍। ତାଙ୍କର ଏଭଳି ପୋଷ୍ଟ ପରେ ଆୟୁଷ ଓ ଅର୍ପିତା ଝିଅର ନାଁ ଆୟତ ରଖିଥିବା ସ୍ପଷ୍ଟ ହୋଇଛି।
India Todayତେବେ ଦେଖିବାକୁ ଗଲେ, ଅର୍ପିିତା ପୂର୍ବରୁ ହିଁ ସଲମାନଙ୍କୁ ଜନ୍ମଦିନରେ ଦ୍ବିତୀୟ ଥର ମାମୁ ବନାଇବାର ଯୋଜନା କରି ନେଇଥିଲେ। ପ୍ରସବ ସମୟରେ ପୂରା ଖାନ୍ ପରିବାର ଡାକ୍ତରଖାନାରେ ଉପସ୍ଥିତ ରହିଥିବା ବେଳେ ଅସ୍ତ୍ରୋପଚାର କରାଯାଇ ତାଙ୍କର ପ୍ରସବ କରାଯାଇଥିବା ଜଣାପଡ଼ିଛି।
Follow Us