ଗୋଟିଏ ମଞ୍ଚରେ ଦେଖା ଦେବେ ଏ ଆର୍‌ ରହେମାନ୍‌ ଏବଂ ରଜନୀକାନ୍ତ

ଗୋଟିଏ ମଞ୍ଚରେ ଦେଖା ଦେବେ ଏ ଆର୍‌ ରହେମାନ୍‌ ଏବଂ ରଜନୀକାନ୍ତ

photo-navbharattimes

ମୁମ୍ବାଇ: ସିନେ ଜଗତର ଦୁଇ ଚର୍ଚ୍ଚିତ ବ୍ୟକ୍ତି ହେଲେ ସଂଗୀତକାର ଏ ଆର୍‌ ରହେମାନ୍‌ ଏବଂ ଅଭିନେତା ରଜନୀକାନ୍ତ। ଏ ଦୁହିଁଙ୍କୁ କ୍ୱଚିତ ଏକାଠି ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ହେଲେ ଏବେ ଖବର ମିଳିଛି ଯେ ଉଭୟେ ନୂଆଦିଲ୍ଲୀଠାରେ ଗୋଟିଏ ମଞ୍ଚରେ ନଜର ଆସିବେ। ସଂପ୍ରତି ସଂଗୀତକାର ଏ ଆର୍‌ ରହେମାନ୍‌ ଭାରତ ଟୁରରେ ଅଛନ୍ତି। ସେ ଇତି ମଧ୍ୟରେ ହାଇଦ୍ରାବାଦ,ଅହମ୍ମଦାବାଦ ଏବଂ ମୁମ୍ବାଇ ଭଳି ସହରରେ ନିଜର କାର୍ଯ୍ୟକ୍ରମ ଶେଷ କରିଛନ୍ତି।

publive-image photo-indiawest.com

ଆଗାମୀ ୨୩ ତାରିଖରେ ନୂଆଦିଲ୍ଲୀରେ ନିଜର ଟୁରର ସମାପନ କରିବେ ଏ ଆର୍‌ ରହେମାନ୍‌। ସେହି କାର୍ଯ୍ୟକ୍ରମରେ ସାମିଲ ହେବେ ସାଉଥ୍‌ ମେଗାଷ୍ଟାର୍‌ ରଜନୀକାନ୍ତ। ସଂପ୍ରତି ଏସ୍‌ ଶଙ୍କରଙ୍କ ନିର୍ଦ୍ଦେଶିତ ତଥା ରଜନୀକାନ୍ତଙ୍କ ଅଭିନୀତ ସିନେମା ‘2.0’ ରିଲିଜ୍‌ ଅପେକ୍ଷାରେ ରହିଛି। ଏଥିରେଏ ଆର୍‌ ରହେମାନ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରଜନୀକାନ୍ତ ତାଙ୍କ ସିନେମା ‘2.0’ର ପ୍ରମୋସନ୍‌ ପାଇଁ ସେହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଠାରେ ସୂଚନାଯୋଗ୍ୟ ଯେ ଏ ଆର୍‌ ରହେମାନ୍‌ଙ୍କ ସହ କଣ୍ଠଶିଳ୍ପୀ ଜୋନିତା ଗାନ୍ଧି,ମୋହିତ ଚୌହ୍ଵାନ,ଜାଭେଦ୍‌ ଅଲ୍ଲୀ,ଶାଶା ତିରୁପତି, ହୃଦୟ ଗଟ୍ଟାନୀ ଏବଂ ହର୍ଷଦୀପ କୌର୍‌ ପ୍ରମୁଖ ଏହି ଟୁରରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe