ଅଭିନେତା ସୋନୁ ସୁଦ୍‌ଙ୍କ ନାମରେ ଗିରଫ ୱା‌ରେଣ୍ଟ୍‌

ଜନକଲ୍ୟାଣ କାମ କରି ଅନେକ ଲୋକଙ୍କ ମନ ଜିଣିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ ଅଡୁଆରେ। ଏକ ଠକେଇ ମାମଲାରେ ପଞ୍ଜାବର ଏକ କୋର୍ଟ ବଲିଉଡ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

Sonu

The Statesman Photograph: ( The Statesman)

ମୁମ୍ବାଇ: ଜନକଲ୍ୟାଣ କାମ କରି ଅନେକ ଲୋକଙ୍କ ମନ ଜିଣିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ ଅଡୁଆରେ। ଏକ ଠକେଇ ମାମଲାରେ ପଞ୍ଜାବର ଏକ କୋର୍ଟ ବଲିଉଡ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ଅଭିନେତା ସୋନୁ ସୁଦ ହୋଇପାରନ୍ତି ଗିରଫ। କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ । ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। ଲୁଧିଆନା କୋର୍ଟ ତାଙ୍କ ଆଦେଶରେ, ମୁମ୍ବାଇର ଅନ୍ଧେରୀ ପଶ୍ଚିମର ଓଶିୱାରା ପୁଲିସ ଷ୍ଟେସନର ପ୍ରଭାରୀ ଅଧିକାରୀଙ୍କୁ ସୋନୁ ସୁଦଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଦେଶରେ କୁହାଯାଇଛି, "ସୋନୁ ସୁଦ, (ପୁଅ, ଝିଅ ଓ ସ୍ତ୍ରୀ) ଆର/ଓ ଏଚ୍.ଏନ.ଓ ୬୦୪/୬୦୬ କାସାବ୍ଲାଙ୍କ ଆପାର୍ଟମେଣ୍ଟର ବାସିନ୍ଦା। ତାଙ୍କୁ ସମନ ପଠାଯାଇଛଇ କିନ୍ତୁ ସେ ହାଜର ହୋଇନାହାଁନ୍ତି। ସେଥିପାଇଁ ଏହି ନିର୍ଦ୍ଦେଶ ଦିଆଯାଉଛି ଯେ ସୋନୁ ସୁଦଙ୍କୁ ଗିରଫ କରି କୋର୍ଟ ସମ୍ମୁଖରେ ହାଜର କରନ୍ତୁ।’’

ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖାନ୍ନାଙ୍କ ଦ୍ୱାରା ମୋହିତ ଶୁକ୍ଳାଙ୍କ ବିରୋଧରେ ଦାୟର କରାଯାଇଥିବା ୧୦ ଲକ୍ଷ ଟଙ୍କାର ଠକେଇ ସହିତ ଜଡିତ, ଯେଉଁଥିରେ ସେ ଦାବି କରିଥିଲେ ଯେ ତାଙ୍କୁ ଏକ ନକଲି ରିଜିକା ମୁଦ୍ରାରେ ନିବେଶ କରିବାକୁ ପ୍ରଲୋଭିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe