କେଆରକେଙ୍କ ବିରୋଧରେ ଗିରଫ ପରୱାନା ଜାରି, ମାନହାନୀ ମକଦ୍ଦମା କରିଥି‌ଲେ ମନୋଜ ବାଜପେୟୀ

Advertisment
କେଆରକେଙ୍କ ବିରୋଧରେ ଗିରଫ ପରୱାନା ଜାରି, ମାନହାନୀ ମକଦ୍ଦମା କରିଥି‌ଲେ ମନୋଜ ବାଜପେୟୀ

ମୁମ୍ବାଇ: କମାଲ ରସିଦ ଖାନ(କେଆରକେ)ଙ୍କ ବିରୋଧରେ ଗିରଫ ପରୱାନା ଜାରି। ଫିଲ୍ମ ନିର୍ମାତା-ଅଭିନେତା କେଆରକେଙ୍କ ବିରୋଧରେ ଇନ୍ଦୋର ଜିଲ୍ଲା କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ, କେଆରକେଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ତାଙ୍କ ଅନୁପସ୍ଥିତି ଯୋଗୁଁ କୋର୍ଟ କେଆରକେଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ଇନ୍ଦୋରର ଜୁଡିସିଆଲ ମାଜିଷ୍ଟ୍ରେଟ ଗୁରୁବାର ଗିରଫ ପରୱାନା ଜାରି କରିଥିବାବେଳେ ଆସନ୍ତା ୧୦ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ସ୍ଥିର କରିଛନ୍ତି। ତେବେ ମନୋଜଙ୍କ ଓକିଲଙ୍କ ତରଫରୁ ଏହା ଦର୍ଶାଯାଇଛି ଯେ କେଆରକେ ତାଙ୍କ ବିରୋଧରେ ଚାଲିଥିବା ମାମଲା ବିଷୟରେ ଅବଗତ ଅଛନ୍ତି, କିନ୍ତୁ ଶୁଣାଣି ବିଳମ୍ବ କରିବା ଉଦ୍ଦେଶ୍ୟରେ ସେ କୋର୍ଟରେ ହାଜର ହେଉ ନାହାନ୍ତି।

ଅନ୍ୟପକ୍ଷରେ କେଆରକେଙ୍କ ଓକିଲଙ୍କ ତରଫରୁ କୁହାଯାଇଛି ଯେ କେଆରକେଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଯିବା ଉଚିତ, କାରଣ ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, 'ଗୁଲମୋହର' ଅଭିନେତା ମନୋଜ ବାଜପେୟୀ ୨୦୨୧ରେ କେଆରକେଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ତାଙ୍କ ଟ୍ୱିଟରେ କେଆରକେ, ମନୋଜଙ୍କୁ ତାଙ୍କ ୱେବ୍ ସିରିଜ୍ 'ଦି ଫ୍ୟାମିଲି ମ୍ୟାନ୍' ପାଇଁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ହାସ୍ୟ ଅଭିନେତା ସୁନୀଲ ପାଲଙ୍କଠାରୁ ମନୋଜଙ୍କ ଶୋ’ର କାହାଣୀ ବିଷୟରେ ସେ ଜାଣିଛନ୍ତି, ଯେଉଁଥିରେ ତାଙ୍କ ପତ୍ନୀ ଏବଂ ନାବାଳିକା ଝିଅର ପ୍ରେମିକା ଅଛନ୍ତି। କାହାଣୀକୁ ଆହୁରି ସମାଲୋଚନା କରିବା ସହ କେଆରକେ, ମନୋଜଙ୍କ ପାଇଁ ଟ୍ବିଟରେ 'ନଶେଡି', 'ଗଞ୍ଜେଡି' ଭଳି ଶବ୍ଦ ବ୍ୟବହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe