ମୁସେୱାଲାଙ୍କ ହତ୍ୟା ସହ ଜଡ଼ିତ କପିଲ ପଣ୍ଡିତର ବଡ଼ ଖୁଲାସା: ସଲମାନଙ୍କୁ ହତ୍ୟା କରିବା ପାଇଁ ମୁଁ ତାଙ୍କ ଉପରେ ନଜର ରଖିଥିଲି

Advertisment
ମୁସେୱାଲାଙ୍କ ହତ୍ୟା ସହ ଜଡ଼ିତ କପିଲ ପଣ୍ଡିତର ବଡ଼ ଖୁଲାସା: ସଲମାନଙ୍କୁ ହତ୍ୟା କରିବା ପାଇଁ ମୁଁ ତାଙ୍କ ଉପରେ ନଜର ରଖିଥିଲି

aajtak

ଚଣ୍ଡୀଗଡ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଟର କପିଲ ପଣ୍ଡିତର ବଡ଼ ଖୁଲାସା। ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡଯନ୍ତ୍ରରେ ସେ ସାମିଲ ଥିବା ପୁଲିସ ଆଗରେ କହିଛି। ପୁଲିସର ପଚରାଉଚରା ବେଳେ କପିଲ ପଣ୍ଡିତ କହିଥିଲେ ଯେ ସଲମାନଙ୍କୁ ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦେଇଥିଲେ।

ପଚରାଉଚରା ବେଳେ କପିଲ ପଣ୍ଡିତ କହିଛି ଯେ, ମୁଁ ଆମ ଗାଁର ଜଣଙ୍କୁ ହତ୍ୟା କରିବା ମାମଲାରେ ଜେଲରେ ଥିବା ବେଳେ ମୋ ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ୨୦୨୧ମସିହାରେ ପାରୋଲ ବାହାରକୁ ଆସିଥିଲି। ଏହି ସମୟରେ ମୁଁ ଫେରାର ହୋଇଥିବା ସହ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସଂଶ୍ପର୍ଷରେ ଆସିଥିଲି। ମୋତେ ସଲମାନଙ୍କୁ ହତ୍ୟା କରିବାର ଦାୟିତ୍ବ ଦିଆଯାଇଥିଲା। ଏଥି ପାଇଁ ମୁଁ ଏବଂ ଅନ୍ୟ ୨ଜଣ ସଲମାନଙ୍କ ଉପରେ ନଜର ରଖିଥିଲୁ। କିନ୍ତୁ ପରେ ସଲମାନଙ୍କୁ ହତ୍ୟା କରିବା ଯୋଜନାକୁ ବଦଳାଇ ଦିଆଯାଇଥିଲା।

ଗତକାଲି ମୁସେୱାଲାଙ୍କୁ ଗୁଳି ମାରି ଫେରାର ଥିବା ଷଷ୍ଠ ସୁଟର ଦୀପକ ମୁଣ୍ଡିଙ୍କୁ ପଞ୍ଜାବ ପୁଲିସ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରିଥିଲା। ଏହି ଅପରେସନ ସମୟରେ ତାଙ୍କର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରଜିନ୍ଦରଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe