ଅରୁଣଙ୍କ ଦ୍ୱିଶତକ

Advertisment

ଓଡ଼ିଆ ଚଳଚ୍ଚିତ୍ର ‘କାଶିଆ କପିଳା’ରୁ ଗୀତ ଲେଖା ଆରମ୍ଭ କରିଥିବା ଅରୁଣ ମନ୍ତ୍ରୀ ପ୍ରଥମ ଗୀତିକାର ଭାବେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନେକ ଲୋକପ୍ରିୟ ଭଜନ ଓ ଆଧୁନିକ ଗୀତ ରଚନା କରିଥିବା ଅରୁଣଙ୍କ ପ୍ରତିଭାରେ ପ୍ରଭାବିତ....

ଓଡ଼ିଆ ଚଳଚ୍ଚିତ୍ର ‘କାଶିଆ କପିଳା’ରୁ ଗୀତ ଲେଖା ଆରମ୍ଭ କରିଥିବା ଅରୁଣ ମନ୍ତ୍ରୀ ପ୍ରଥମ ଗୀତିକାର ଭାବେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନେକ ଲୋକପ୍ରିୟ ଭଜନ ଓ ଆଧୁନିକ ଗୀତ ରଚନା କରିଥିବା ଅରୁଣଙ୍କ ପ୍ରତିଭାରେ ପ୍ରଭାବିତ....

adgdazvvcvc

ଓଡ଼ିଆ ଚଳଚ୍ଚିତ୍ର ‘କାଶିଆ କପିଳା’ରୁ ଗୀତ ଲେଖା ଆରମ୍ଭ କରିଥିବା ଅରୁଣ ମନ୍ତ୍ରୀ ପ୍ରଥମ ଗୀତିକାର ଭାବେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନେକ ଲୋକପ୍ରିୟ ଭଜନ ଓ ଆଧୁନିକ ଗୀତ ରଚନା କରିଥିବା ଅରୁଣଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ପ୍ରଯୋଜକ ବାସୁଦେବ ତ୍ରିପାଠୀ ତାଙ୍କୁ ୨୦୦୦ ମସିହାରେ ‘କାଶିଆ କପିଳା’ ଚଳଚ୍ଚିତ୍ରରେ ଗୀତ ଲେଖିବାକୁ ସୁଯୋଗ ଦେଇଥିଲେ। ପ୍ରଥମ ପଦାର୍ପଣରେ ଏହି ଚଳଚ୍ଚିତ୍ରର ୬ଟି ଗୀତରୁ ସେ ୫ଟି ଗୀତ ରଚନା କରିଥିଲେ। ତାହା ସେ ସମୟରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏହି ଚିତ୍ରର ସଂଗୀତ ନିର୍ଦ୍ଦେଶକ ଥିଲେ ଅଭିଜିତ ମଜୁମ୍‌ଦାର। ଏହା ପରେ ସେ ଓଡ଼ିଶାର ପ୍ରାୟ ସମସ୍ତ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ଗୀତ ଲେଖିଛନ୍ତି। ଚଳିତ ବର୍ଷ ସେ ‘ୱାଇଫ୍’ ଚଳଚ୍ଚିତ୍ରରେ ଗୀତ ଲେଖି ୨୦୦ଟି ଚିତ୍ରର ଗୀତିକାର ହେବାର ଗୌରବ ହାସଲ କରିଛନ୍ତି। ସେ ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ତୁ ମୋ ଲଭ୍‌ଷ୍ଟୋରି’ ଓ ‘ବାପା ତୁମେ ଭାରି ଦୁଷ୍ଟ’ ଚିତ୍ର ପାଇଁ ଶ୍ରେଷ୍ଠ ଗୀତିକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି।

୨୫ ବର୍ଷର ଶବ୍ଦ ସଂଯୋଜନାରେ ୨୦୦ଟି ଓଡ଼ିଆ ଛବିରେ ଗୀତ ରଚନା କରି ନୂଆ କୀର୍ତ୍ତିମାନ୍ ସ୍ଥାପନ କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ

ଅରୁଣଙ୍କ ଲିଖିତ ଗୀତ ପ୍ରଥମ ଥର ପାଇଁ ୧୯୯୫ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା। ତେବେ ଅରୁଣ ମନ୍ତ୍ରୀ ଶ୍ରୀକାନ୍ତ ଗୌତମଙ୍କ ‘ସନ୍ ମ୍ୟୁଜିକ’ ପ୍ରସ୍ତୁତ ଶଙ୍ଖଚକ୍ର କ୍ୟାସେଟ୍‌ ମାଧ୍ୟମରେ ପ୍ରଥମେ ଲୋକଲୋଚନକୁ ଆସିଥିଲେ। ଏହି କ୍ୟାସେଟ୍‌ରେ ସରୋଜ ନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ଭଜନ ସମ୍ରାଟ ଭିକାରି ବଳ ଗାଇଥିବା ‘ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ ଶ୍ରୀକ୍ଷେତ୍ରେ ଜଗତ ନାଥ’ ଗୀତଟି ଖୁବ୍‌ ଲୋକପ୍ରିୟ ହୋଇଥିଲା। ତାଙ୍କର ପ୍ରଥମ ଆଧୁନିକ କ୍ୟାସେଟ୍ ଥିଲା ‘ନୂଆ ଚିଠି’। ତାଙ୍କ ରଚିତ ଆଧୁନିକ ଗୀତ ‘ଏମିତି ରଙ୍ଗ ଦେ ଲୋ ଫୁଲ’,‘ଏଇ ଜୀବନ ଗୀତଟିଏ’, ‘ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ’ ଓ ‘ହାଏ ହାଏ ତୋ ମଲ୍ଲୀଫୁଲ ଗଜରା’, ‘ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା’ ଆଦି ଅନେକ ଗୀତ ବେଶ୍‌ ଲୋକପ୍ରିୟତା ହାସଲ କରିଛି।
-ଗୌରୀ ଶଙ୍କର ପଣ୍ଡା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe