ଶାହାରୁଖଙ୍କ ପରେ ଆରୟନକୁ ଭେଟିବାକୁ ଗଲେ ମା’ ଗୌରୀ

Advertisment
ଶାହାରୁଖଙ୍କ ପରେ ଆରୟନକୁ ଭେଟିବାକୁ ଗଲେ ମା’ ଗୌରୀ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଡ୍ରଗ୍ସ ମାମଲାର ଗିରଫ ହୋଇ ଜେଲରେ ବନ୍ଦୀ ଅଛନ୍ତି। ପୁଅଙ୍କୁ ଭେଟିବାକୁ ଶାହାରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନ ଅର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଆରୟନ ଖାନଙ୍କୁ ନେଇ ବାପା-ମା’ ଦୁହେଁ ବହୁତ ଚିନ୍ତାରେ ଅଛନ୍ତି। ମା’ ଗୌରୀ ଆରୟନଙ୍କୁ ଦେଖିବା ପାଇଁ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ।

ଗୌରୀ ଖାନଙ୍କ ପୂର୍ବରୁ ଶାହାରୁଖ ଖାନ ଅକ୍ଟୋବର ୨୧ରେ ପୁଅ ଆରୟନଙ୍କୁ ଭେଟିବାକୁ ଜେଲ ଯାଇଥିଲେ। ଶାହାରୁଖ ଖାନ ପୁଅ ଆରୟନ ସାଙ୍ଗରେ ଅର୍ଥର ରୋଡ ଜେଲରେ ୧୬ରୁ ୧୮ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ। କଥାବର୍ତ୍ତା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ ଏକ କାଚର କାନ୍ଥ ରହିଥିଲା। ଦୁହେଁ ଇଣ୍ଟରକମରେ କଥା ହୋଇଥିଲେ। ଏହି ସାକ୍ଷାତ ସମୟରେ ଜେଲର ଅଧିକାରୀ ସେଠାରେ ଉପସ୍ଥିତ ଥିଲେ।

ମହାରାଷ୍ଟ୍ରରେ କରୋନା ସମୟରେ ଜେଲରେ କଏଦୀମାନଙ୍କୁ ସେମାନଙ୍କ ଘରଲୋକ ଭେଟିପାରିବେ ନାହିଁ ବୋଲି ଅନୁମତି ଥିଲା। ନିକଟରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା। ଏହାପରେ ଶାହାରୁଖ ଆରୟନଙ୍କୁ ଭେଟିବାକୁ ଯାଇଥିଲେ। ଶାହାରୁଖଙ୍କ ପରେ ପୁଅର ଭଲମନ୍ଦ ବୁଝିବା ପାଇଁ ମା’ ଗୌରୀ ଜେଲରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe