ଆରୟନଙ୍କ ଓକିଲ କଲେ ଦାବି; ରିୟାଙ୍କୁ ମଧ୍ୟ ନ୍ୟାୟ ମିଳିବା ଦରକାର

Advertisment
ଆରୟନଙ୍କ ଓକିଲ କଲେ ଦାବି; ରିୟାଙ୍କୁ ମଧ୍ୟ ନ୍ୟାୟ ମିଳିବା ଦରକାର

aajtak

ମୁମ୍ବାଇ: ବହୁଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବି (ନା‌ର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ) ଶୁକ୍ରବାର ଦିନ ଚାର୍ଜସିଟ୍‌ ଦାଖଲ କରିଥିଲା ଓ ଏହି ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ ଖାନ୍‌ଙ୍କୁ କ୍ଲିନଚିଟ୍‌ ମିଳିଥିଲା। ଆରୟନଙ୍କୁ କ୍ଲିନଚିଟ ମିଳିବା ପରେ ଏବେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ସମାନ ଢ଼ଙ୍ଗରେ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଆରୟନଙ୍କ ଓକିଲ ସତିଶ ମାନସିନ୍ଦେ।

ଆରୟନ ଖାନଙ୍କ ଡ୍ରଗ୍ସ ମାମଲା ଶେଷ ହେବା ପରେ ସତିଶ ମାନସିନ୍ଦେ ରିୟା ଚକ୍ରବର୍ତ୍ତୀ ଏବଂ ଶୌଭିକ ଚକ୍ରବର୍ତ୍ତୀ ଫସିଥିବା ଡ୍ରଗ୍ସ ମାମଲାର ତଦନ୍ତ ସମାନ ଢ଼ଙ୍ଗ‌ରେ କରାଯାଉ ବୋଲି ଦାବି କରିଛନ୍ତି। ରିୟା ଏବଂ ଶୌଭିକଙ୍କଠାରୁ ଡ୍ରଗ୍ସ ମିଳିନଥିବା ନେଇ ଦାବି କରିବା ସହ ଦୁହିଁଙ୍କର କୌଣସି ପରୀକ୍ଷା ହୋଇନଥିଲା ବୋଲି ସତିଶ ମାନସିନ୍ଦେ ଦାବି କରିଛନ୍ତି।

ତାଙ୍କ କହିବା ମୁତାବକ, ସେ ସମୟରେ ପ୍ରାୟ ତିନି-ଚାରିଜଣ ଅଧିକାରୀ ଥିଲେ ଯେଉଁମାନେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସେ କାହିଁକି ଏପରି କଲେ ମୁଁ ଜାଣି ନାହିଁ। କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆରୟନ ଓ ରିୟାଙ୍କ ପରିବାର ବଡ଼ କଠିନ ସମୟ ଦେଇ ଗତି କରିଛନ୍ତି। ମୁଁ ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି। ଭଲ ଭାବ‌େ ଏହାର ତଦନ୍ତ ହେବା ଉଚିତ୍। ଏହା ଏକ ରାଜ୍ୟ କିମ୍ବା କେନ୍ଦ୍ର ପ୍ରସଙ୍ଗ ନୁହେଁ। ଗତ ୩ବର୍ଷ ମଧ୍ୟରେ ଏନସିବି ଅଧିକାରୀ ଅନେକଙ୍କୁ ଅସୁବିଧାରେ ପକାଇଛନ୍ତି। ଆରୟନଙ୍କ ଭଳି ସମସ୍ତଙ୍କୁ ନ୍ୟାୟ ମିଳିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe