ନିଜ ସିରିଜ୍ 'ଷ୍ଟାରଡମ' ପାଇଁ ଅଭିନେତା ବାଛିଲେ ଆରୟନ, ନିଜେ ଦେବେ ନିର୍ଦ୍ଦେଶନା

Advertisment
ନିଜ ସିରିଜ୍ 'ଷ୍ଟାରଡମ' ପାଇଁ ଅଭିନେତା ବାଛିଲେ ଆରୟନ, ନିଜେ ଦେବେ ନିର୍ଦ୍ଦେଶନା

abplive

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଖୁବ୍ ଶୀଘ୍ର ମନୋରଞ୍ଜନ ଜଗତରେ ପାଦ ଦେବାକୁ ଯାଉଛନ୍ତି। ସେ କିଛି ସମୟ ପୂର୍ବରୁ ତାଙ୍କର ପ୍ରଥମ ୱେବ୍ ସିରିଜର ସ୍କ୍ରିପ୍ଟିଂ ସମାପ୍ତ କରିଥିବା ବେଳେ ଏହାର ମୁଖ୍ୟ ଚରିତ୍ର ପାଇଁ କଳାକାର ଖୋଜୁଥିଲେ। ସେ ନିଜେ ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଦେବା ସହ ଗତ କିଛି ଦିନ ହେବ ଏହି ସିରିଜର ଷ୍ଟାରକାଷ୍ଟ ବାଛିବା କାମ ଆରମ୍ଭ କରିଥିଲେ। ବର୍ତ୍ତମାନ କୁହାଯାଉଛି ଯେ ଆରୟନ୍ ଖାନ ନିଜ ସିରିଜ୍ ପାଇଁ ଶହ ଶହ ଅଡିସନ୍ ପରେ ମୁଖ୍ୟ ଅଭିନେତା ବାଛିଛନ୍ତି।

ଇଟିମସ୍ ଏହାର ଏକ ରିପୋର୍ଟରେ କହିଛି ଯେ ଆରୟନ୍ ଖାନ୍ ତାଙ୍କ ୱେବ୍ ସିରିଜ୍ 'ଷ୍ଟାରଡମ'ରେ ମୁଖ୍ୟ ଅଭିନେତାଙ୍କ ପାଇଁ ପ୍ରାୟ ୮୦୦ ଅଡିସନ୍ ନେଇଥିଲେ ଏବଂ ଶେଷରେ ସେ ଲକ୍ଷ ଲାଲୱାନୀଙ୍କୁ କାଷ୍ଟ କରିଛନ୍ତି। ତେବେ କାଷ୍ଟିଂକୁ ନେଇ ଏପର୍ଯ୍ୟନ୍ତ ଅଧିକାରୀକ ଘୋଷଣା କରାଯାଇ ନାହିଁ।

ସିରିଜ୍ 'ଷ୍ଟାରଡମ'କୁ ନେଇ ଏହା ମଧ୍ୟ ଚର୍ଚ୍ଚା ହେଉଛି ‌ଯେ, ବଲିଉଡ ଅଭିନେତା ରଣବୀର ସିଂ ଏବଂ ଶାହରୁଖ ଖାନ୍ ଏଥିରେ କେମିଓ କରିବେ। ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ଅଧୀନରେ ଏହି ସିରିଜ୍ ନିର୍ମାଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe