ବାପା-ମା’ଙ୍କୁ ଦେଖି ଭାଙ୍ଗି ପଡ଼ିଲେ ଆରୟନ, ଭିଡିଓ କଲରେ ଭୋ ଭୋ ହୋଇ କାନ୍ଦିଲେ

ବାପା-ମା’ଙ୍କୁ ଦେଖି ଭାଙ୍ଗି ପଡ଼ିଲେ ଆରୟନ, ଭିଡିଓ କଲରେ ଭୋ ଭୋ ହୋଇ କାନ୍ଦିଲେ

ମୁମ୍ବାଇ: ଅକ୍ଟୋବର ୧୪ରେ ଅଦାଲତ ଜାମିନ ଆବେଦନର ରାୟ ସଂରକ୍ଷିତ ରଖିବା ପରେ ଏବେ ଜେଲରେ କଟୁଛି ଆରୟନ ଖାନଙ୍କ ଦିନ। ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ ବିଚାରପତି ଭିଭି ପାଟିଲ। ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଥିଲେ ବିଚାରପତି । ତେବେ ଜେଲରେ ନିଜ ପରିବାରଠୁ ଦୂରରେ ରହି ଆରୟନ କେମିତି ଅଛନ୍ତି, ତାହା ସାମ୍ନାକୁ ଆସିଛି।

ଜେଲ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆରୟନ ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ସହ କଥା ହୋଇଛନ୍ତି। ଆରୟନ ତାଙ୍କ ପିତାମାତାଙ୍କ ସହ ପ୍ରାୟ ୧୦ମିନିଟ୍ ଭିଡିଓ କଲ ଜରିଆରେ କଥା ହୋଇଥିଲେ। ବର୍ତ୍ତମାନ ଆର୍ଥର ରୋଡ ଜେଲରେ ରହୁଥିବା ଆରୟନ ଖାନ ତାଙ୍କ ପିତାମାତାଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା କରୁଥିବା ବେଳେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ। ଏହା ଦେଖି ମା' ଗୌରୀ ଏବଂ ପିତା ଶାହାରୁଖ ଖାନ ମଧ୍ୟ ନିଜ ଆଖିର ଲୁହକୁ ଅଟକାଇପାରିନଥିଲେ। ଏବେ ଆରୟନ ଜେଲରେ ଥିବା ବେଳେ ଅକ୍ଟୋବର ୨୦ରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଚାରପତି। ତାଙ୍କୁ ଜାମିନ ମିଳିପାରୁଛି କି ନାହିଁ, ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର।

publive-image www.abplive.com

ଉଲ୍ଲେଖଯୋଗ୍ୟ, ଗତ ବର୍ଷ କରୋନା ଅବଧି ସମୟରେ ଜେଲରେ ଭିଡିଓ କଲ୍ ପ୍ରଣାଳୀ ଆରମ୍ଭ ହୋଇଥିଲା, ଯାହା ଦ୍ବାରା କଏଦୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe