ସବୁଠାରୁ ଅଧିକ ଚର୍ଚ୍ଚାରେ ଓଲିଉଡର ଏହି ନୂଆ ଯୋଡ଼ି

Advertisment
ସବୁଠାରୁ ଅଧିକ ଚର୍ଚ୍ଚାରେ ଓଲିଉଡର ଏହି ନୂଆ ଯୋଡ଼ି

ଭୁବନେଶ୍ୱର: ୨୦୧୮ର ପ୍ରଥମାର୍ଦ୍ଧରେ ଓଲିଉଡରେ କେତେଜଣ ନୂଆ ଯୋଡ଼ି ନଜର ଆସିଛନ୍ତି। ଏହି ନୂଆ ଯୋଡ଼ିଙ୍କଭିତରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଏକ ଯୋଡି। ସେମାନେ ହେଲେ ଆର୍ଯ୍ୟନ୍‌-ନିକିତା ।

ହଁ ଓଲିଉଡରେ ଏ ବର୍ଷ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ନୂଆ ଯୋଡ଼ି ଆର୍ଯ୍ୟନ ଦାଶ କୁମାର-ନିକିତା ମିଶ୍ରଙ୍କଯୋଡ଼ି। ଆର୍ଯ୍ୟନ୍‌ ଜଣେ ମଡେଲ୍‌ ଓ କେତୋଟି ମ୍ୟୁଜିକ୍‌ ଭିଡ଼ିଓରେ ନଜର ଆସିଛନ୍ତି। ପ୍ରଯୋଜକ ଶ୍ରୀଧର ମାର୍ଥା ଆର୍ଯ୍ୟନ ଦାଶ କୁମାରଙ୍କୁ ସେହି ଭିଡିଓରେ ଦେଖିବାପରେ ଏହି ସିନେମାଲାଗି ଅଫର୍‌ ଦେଇଥିଲେ। ଯେହେତୁ ପ୍ରଯୋଜକ ନୂଆ କଳାକାରଙ୍କ ସପକ୍ଷରେ ଅଛନ୍ତି ,ତେଣୁ ସେ ଏହି ପଦକ୍ଷେପ ନେଇଥିଲେ। ଅନ୍ୟପକ୍ଷରେ ନିକିତା ହେଉଛନ୍ତି ଜଣେ ଜଣାଶୁଣା ଶିଶୁ କଳାକାର। ତାଙ୍କୁ ବ୍ରେକ୍‌ ଦେଲେ ‘ଯୋଗୀ’ରେ।

publive-image
ଦର୍ଶକ ଆର୍ଯ୍ୟନ-ନିକିତାଙ୍କ ଯୋଡ଼ିକୁ ପରଦାରେଦେଖିବାକୁ ପାଇଛନ୍ତି ୨୦୧୮ର ଏକ ବହୁଚର୍ଚ୍ଚିତ ଓଡ଼ିଆ ସିନେମା ‘ଯୋଗୀ’ରେ। ଶ୍ରୀଧର ମାର୍ଥା ଏହାର ପ୍ରଯୋଜନା କରିଥିବାବେଳେ ନିଂରଜନ ବେହେରା ଏହାର ନିର୍ଦ୍ଦେଶନା ଦେଇଥିଲେ।ଏହି ସିନେମାରେ ଉଭୟଙ୍କର କେମିଷ୍ଟ୍ରି ବି ଭଲ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe