ପ୍ରଥମ ଥର ଲାଗି ନାୟିକା ଭୂମିକାଙ୍କ ସହ ନଜର ଆସିବେ ଆର୍ଯ୍ୟନ୍

Advertisment
ପ୍ରଥମ ଥର ଲାଗି ନାୟିକା ଭୂମିକାଙ୍କ ସହ ନଜର ଆସିବେ ଆର୍ଯ୍ୟନ୍

image source-odia360.com

ଭୁବନେଶ୍ବର: ୨୦୧୮ରେ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦେଶିତ ଫିଲ୍ମ ‘ଯୋଗୀ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ନାୟକ ଆର୍ଯ୍ୟନ୍  ଦାଶ  କୁମାର। ଏହାପରେ ତାଙ୍କୁ ଅନ୍ୟ କୌଣସି ସିନେମାରେ ଏଯାଏଁ ଦେଖିବାକୁ ମିଳି ନାହିଁ। ଏବର୍ଷ ଆର୍ଯ୍ୟନ୍ ଏକ ନୂଆ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ନଜର ଆସିବେ। ଏହି ସିନେମାର ଟାଇଟଲ ହେଲା ‘କହିଦେ ଥରେ ଆଇ ଲଭ୍ ୟୁ’। ଏଥିରେ ଆର୍ଯ୍ୟନ୍ ପ୍ରଥମ ଥର ଲାଗି ଜଣାଶୁଣା ନାୟିକା ଭୂମିକାଙ୍କ ସହ ନଜର ଆସିବେ। ଏହାଛଡ଼ା ଏହି ସିନେମାରେ ପିଣ୍ଟୁ ନନ୍ଦ, ହରି, ରାଜ ରାଜେଶ ଓ ସମାଜ ପତି ପ୍ରମୁଖ ଅଭିନୟ କରିଛନ୍ତି। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ଚଣ୍ଡୀ ପରିଜାଙ୍କ ନିର୍ଦେଶିତ ‘କହିଦେ ଥରେ ଆଇ ଲଭ୍ ୟୁ’ର ସଂଳାପକାର ହେଲେ ଚିନ୍ମୟ ଦାସପଟ୍ଟନାୟକ ଓ ସଙ୍ଗୀତକାର ଅସଦ୍ ନିଜାମ୍।

publive-image

ଏଣେ ସନ୍ ମ୍ୟୁଜିକ୍  ନିବେଦିତ  ତଥା  ବିଗ୍  ଗାଏ ପ୍ରଡକ୍ସନ ବ୍ୟାନରରେ  ନିର୍ମିତ  ହେଉଥିବା ଫିଲ୍ମ ‘ଯୋଉଠି  ଥିଲେ   ବି  ତୁ   ମୋର ’ରେ ବି ନଜର ଆସିବେ ଆର୍ଯ୍ୟନ୍  ଦାଶ  କୁମାର। ତାଙ୍କ  ବ୍ୟତୀତ ସମ୍ବିତ୍  , ରୀୟା,  ବବି ମିଶ୍ର,  ପୁପିନ୍ଦର, ମେଘନା ମିଶ୍ର  ପ୍ରମୁଖଙ୍କୁ  ଏହି ଫିଲ୍ମରେ  ଦେଖିବାକୁ  ପାଇବେ   ଦର୍ଶକ।  ଏଥିରେ   ଆର୍ଯ୍ୟନଙ୍କ  ଚରିତ୍ରର  ନାଆଁ  ରହିଛି  ଆକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe