ସିରାଜଙ୍କ ସହ ହସୁଥିବା ଫଟୋ ଭାଇରାଲ ପରେ ଜାନାଇଙ୍କୁ ନେଇ ଉଠିଛି ଏଭଳି ଗୁଜବ

Advertisment

ଜାନାଇ ମହମ୍ମଦ ସିରାଜଙ୍କ ସହ ହସୁଥିବା ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏବେ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ବିଷୟରେ ଗୁଜବ ପ୍ରଚାର ହେବାରେ ଲାଗିଛି।

ଜାନାଇ ମହମ୍ମଦ ସିରାଜଙ୍କ ସହ ହସୁଥିବା ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏବେ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ବିଷୟରେ ଗୁଜବ ପ୍ରଚାର ହେବାରେ ଲାଗିଛି।

erwer

ମୁମ୍ବାଇ: ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ନାତୁଣୀ ଜାନାଇ ଭୋସଲେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅନେକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳିଛି।

ନିକଟରେ ଜାନାଇଙ୍କ ଜନ୍ମଦିନ ପାର୍ଟିର ଆ‌ୟୋଜନ କରାଯାଇଥିଲା। ଏହି ପାର୍ଟିରେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ୍ ଏବଂ ଆଶା ଭୋସଲେଙ୍କ ସମେତ ଅନେକ ବଡ ବଡ ସେଲିବ୍ରିଟି ନଜର ଆସିଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟର ଶ୍ରେୟସ ଆୟର ଏବଂ ମହମ୍ମଦ ସିରାଜ ମଧ୍ୟ ଏହି ପାର୍ଟିରେ ନଜର ଆସିଥିଲେ।

ଗୋଟିଏ ଫଟୋରେ ଜାନାଇ ମହମ୍ମଦ ସିରାଜଙ୍କ ସହ ହସୁଥିବା ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏବେ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ବିଷୟରେ ଗୁଜବ ପ୍ରଚାର ହେବାରେ ଲାଗିଛି।

ଜାନାଇ ସେୟାର କରିଥିବା ପ୍ରଥମ ଫଟୋରେ ସେ ତାଙ୍କ ଜନ୍ମଦିନର କେକ କାଟୁଥିବାର ନଜର ଆସିଛନ୍ତି। ପ୍ରଥମ ଫଟୋରେ ତାଙ୍କ ସହ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ ଏବଂ ଆଶା ଭୋସଲେ ଉପସ୍ଥିତ ଅଛନ୍ତି।

ଦ୍ୱିତୀୟ ଫଟୋରେ ଜାନାଇ ଏବଂ କ୍ରିକେଟର ମହମ୍ମଦ ସିରାଜ ଏକାଠି ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ଜନାଇ ଏବଂ ସିରାଜ ପରସ୍ପରକୁ ଦେଖି ହସୁଥିବା ନଜର ଆସିଛନ୍ତି। ଏହାକୁ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ସନ୍ଦେହ କରିଛନ୍ତି ଯେ ଦୁଇ ଜଣ ପରସ୍ପରକୁ ଡେଟ କରୁଛନ୍ତି ।

ଆଶା ଭୋସଲେଙ୍କ ପରି ତାଙ୍କ ନାତୁଣୀ ମଧ୍ୟ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଜାନାଇ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି।

 ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ପତ୍ନୀ ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe