‘ଏହି କାରଣରୁ ପ୍ରଥମ ପତ୍ନୀଙ୍କ ସହ ହୋଇଥିଲା ଛାଡ଼ପତ୍ର’: ଆଶିଷ ବିଦ୍ୟାର୍ଥୀ

Advertisment
‘ଏହି କାରଣରୁ ପ୍ରଥମ ପତ୍ନୀଙ୍କ ସହ ହୋଇଥିଲା ଛାଡ଼ପତ୍ର’: ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କୁ ଗତ ମଇ ୨୫ ତାରିଖରେ ଦ୍ବିତୀୟ ବିବ‌ାହ କରିଥିଲେ। ଅଭିନେତାଙ୍କ ବିବାହ ଖବର ଏବେ ବି ଚର୍ଚ୍ଚାରେ ରହିଛି। ଆଶିଷ ବିଦ୍ୟାର୍ଥୀଙ୍କ ଏହି ଦ୍ବିତୀୟ ବିବାହକୁ ନେଇ କିଛି ଲୋକ ସମର୍ଥନ କରୁଥିବା ବେଳେ ଆଉ କିଛିଲୋକ ‌ଟ୍ରୋଲ କରିଛନ୍ତି।

ଏହି କ୍ରମରେ ଆଶିଷ ନିଜ ବିବାହ ଓ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଛନ୍ତି। ଆଉ କହିଛନ୍ତି,‘ଆମେ ସମସ୍ତେ ଖୁସିରେ ରହିବାକୁ ଚାହୁଁ। ପାଖାପାଖି ୨୨ବର୍ଷ ପୂର୍ବେ ପିଲୁ (ରାଜୋଶି ବରୁଆ ପ୍ରଥମ ସ୍ତ୍ରୀ)ଙ୍କ ସହିତ ମୋର ଭେଟ ହୋଇଥିଲା। ଆମେ ଦୁହେଁ ବିବାହ କରି ଖୁସିରେ ଜୀବନ କାଟୁଥିଲୁ। ଆମର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା। ଯାହାର ନାମ ରହିଛି ଅର୍ଥ। ଏବେ ଅର୍ଥକୁ ୨୨ବର୍ଷ। ସେ ନିଜ କାମରେ ଆଗକୁ ବଢ଼ି ଚାଲିଛି। ଏହାରି ଭିତରେ ପିଲୁ ଆଉ ମୋର ଚିନ୍ତାଧାରା ମେଳ ଖାଇଲା ନାହିଁ। ତେଣୁ ସାଙ୍ଗରେ ରହି ଝଗଡ଼ା ଲାଗିବା ଅପେକ୍ଷା ଆମେ ଦୁହେଁ ସ୍ଥିର କରିଥିଲୁ କି ଅଲଗା ହୋଇଯିବା ପାଇଁ। ଶେଷରେ ଦୁହିଁଙ୍କ ସହମତିରେ ଅଲଗା ‌ହୋଇଯାଇଥିଲୁ। କିଛିବର୍ଷ ପରେ ଜୀବନ କାଟିବା ପାଇଁ ମୁଁ ସାଥୀଟିଏ ଲୋଡ଼ୁଥିଲି।

ଏହାରି ଭିତରେ ରୁପାଲି ବରୁଆଙ୍କୁ ମୁଁ ଏକବର୍ଷ ପୂର୍ବେ ଭେଟିଥିଲି। ଦୁହେଁ କିଛିଦିନ କଥା ହେବାପରେ ସ୍ଥିର କରିଥିଲୁ କି ସ୍ବାମୀ-ସ୍ତ୍ରୀ ଭାବେ ସମ୍ପର୍କ ଗଢ଼ି ଆଗକୁ ବାଟ ଚାଲିବୁ। ରୁପାଲି ବି ମୋ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ତେଣୁ ନିକଟରେ ଆମେ ଦୁହେଁ ବିବାହ କରିଥିଲୁ। ବିବାହ ଓ ମୋ ବୟସକୁ ନେଇ ଯେଉଁ ଟ୍ରୋଲ କରାଯାଉଛି ତାହା ମୋତେ କୌଣସି ଫରକ ପଡ଼ିବ ନାହିଁ। କାରଣ ମୋ ମତରେ ବୟସ ଏକ ନମ୍ବର ମାତ୍ର।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe