ଭାବପ୍ରବଣ ପୋଷ୍ଟ୍‌ ଲେଖିଲେ ଆଶିଷ ବିଦ୍ୟାର୍ଥୀଙ୍କ ପ୍ରଥମ ପତ୍ନୀ

ଭାବପ୍ରବଣ ପୋଷ୍ଟ୍‌ ଲେଖିଲେ ଆଶିଷ ବିଦ୍ୟାର୍ଥୀଙ୍କ ପ୍ରଥମ ପତ୍ନୀ

ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କୁ ଗତକାଲି ବିବାହ କରିଛନ୍ତି। ବହୁ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଏବଂ ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ରୁପାଲିଙ୍କ ପ୍ରେମରେ ପଡ଼ି ୬୦ ବର୍ଷ ବୟସରେ ପୁଣି ଥରେ ବିବାହ କରିଛନ୍ତି। ତେବେ ଲାଗୁଛି ତାଙ୍କୁ ଏବେ ୬୦ ବ‌ର୍ଷ ବୟସ ହୋଇ ସାରିଥିବାରୁ ସେ ପୁଣି ଥରେ ବିବାହ କରିବା କଥାକୁ ତାଙ୍କ ପ୍ରଥମ ପତ୍ନୀ ପସନ୍ଦ କରିନାହାନ୍ତି। ତାଙ୍କ ପ୍ରଥମ ପତ୍ନୀ ପିଲୁ ବିଦ୍ୟାର୍ଥୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି ଦେଖିଲେ ଏକଥା ସ୍ପଷ୍ଟ ଜଣାପଡ଼ିଯାଉଛି। ସେ ତାଙ୍କ ଇନ୍‌ଷ୍ଟାରେ ଦୁଇଟି ଷ୍ଟୋରି ଦେଇଛନ୍ତି। ଦୁଇଟି ଯାକ ଷ୍ଟୋରି ସେ ତାଙ୍କ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

ସେ ତାଙ୍କର ପ୍ରଥମ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଯିଏ ଆପଣଙ୍କ ପାଇଁ ଠିକ୍‌ ଲୋକ, ସେ କେବେ ବି ଆପଣଙ୍କୁ ଏ ପ୍ରଶ୍ନ ପଚାରିବେନି କି ଆପଣ ତାହା ପାଇଁ କେତେ ଗୁରୁତ୍ବପୂର୍ଣ୍ଣ। ସେ ଏପରି କିଛି କରିବନି ଯେଉଁଥିରେ ଆପଣଙ୍କୁ ଦୁଃଖ ପହଞ୍ଚିବ।’ ସେହିପରି ସେ ତାଙ୍କ ଦ୍ବିତୀୟ ଷ୍ଟୋରିରେ ଲେଖିଛନ୍ତି, ‘ବେଶି ଭାବିବା ଓ ‌ସନ୍ଦେହ କରିବା ଏବେ ଆପଣଙ୍କ ମୁଣ୍ଡରୁ ବାହାରି ଯାଇପାରେ। ସବୁକିଛି ସଫା ହୋଇଯିବା ପରେ ଦ୍ବନ୍ଦ୍ବ ଦୂର ହୋଇପାରେ। ଶାନ୍ତି ଆପଣଙ୍କ ଜୀବନର ଏକଲାପଣକୁ ଦୂର କରିଦେଇପାରେ। ଆପଣ ସବୁବେଳେ ମଜ୍‌ବୁତ୍‌ ରହି ଆସିଛନ୍ତି। ଏବେ ଆଶୀର୍ବାଦ ପାଇବାର ସମୟ ଆସିଗଲା। ଆପଣ ତାହାର ଯୋଗ୍ୟ।’ ତେବେ ଆଶିଷ ଓ ତାଙ୍କ ପ୍ରଥମ ପତ୍ନୀ ଉର୍ଫଙ୍କ ସଂପର୍କରେ କାହିଁକି ଫାଟ ହୋଇଥିଲା ତାହା ଜାଣିବାକୁ ମିଳିନାହିଁ। ସେମାନଙ୍କର ଏକ ୨୩ ବର୍ଷୀୟ ପୁଅ ଅଛି, ଯିଏକି ବାପାଙ୍କ ଦ୍ବିତୀୟ ବିବାହକୁ ସମର୍ଥନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe