ସୂର୍ଯ୍ୟବଂଶୀ, ଦୃଶ୍ୟମ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଆଶିଷ ୱାରଙ୍ଗଙ୍କ ପରଲୋକ

Advertisment

ରୋହିତ ଶେଟ୍ଟୀଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ (୨୦୨୧)ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିବା ଅଭିନେତା ଆଶିଷ ୱାରଙ୍ଗଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା।

ରୋହିତ ଶେଟ୍ଟୀଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ (୨୦୨୧)ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିବା ଅଭିନେତା ଆଶିଷ ୱାରଙ୍ଗଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା।

Ashish Warang

ନୂଆଦିଲ୍ଲୀ: ରୋହିତ ଶେଟ୍ଟୀଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ (୨୦୨୧)ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିବା ଅଭିନେତା ଆଶିଷ ୱାରଙ୍ଗଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ସୂଚନା ଅନୁଯାୟୀ, ଆଶିଷ ୱାରଙ୍ଗ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଡିସେମ୍ବର ମାସରେ ଜଣ୍ଡିସରୁ ସୁସ୍ଥ ହୋଇଥିଲେ। ଚଳଚ୍ଚିତ୍ର ନିର୍ମାତା ଅରିନ୍ ପାଉଲ୍ ଟ୍ୱିଟରରେ ପୋଷ୍ଟ କରି ତାଙ୍କ ମୃତ୍ୟୁ ଖବର ଜଣାଇଛନ୍ତି। 

ଯଦିଓ ଆଶିଷ ୱାରଙ୍ଗ ପ୍ରାୟତଃ ପାର୍ଶ୍ଵ ଭୂମିକାରେ ଦେଖାଯାଉଥିଲେ, ତାଙ୍କର ଅଭିନୟ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ସେ ନିଶିକାନ୍ତ କାମତଙ୍କ 'ଦୃଶ୍ୟମ' (୨୦୧୫) ଭଳି ଫିଲ୍ମର ଅଂଶ ଥିଲେ, ଯେଉଁଥିରେ ଅଜୟ ଦେବଗନ, ତବୁ ଏବଂ ଶ୍ରୀୟା ସରନ ଅଭିନୟ କରିଥିଲେ। ଏହା ବ୍ୟତୀତ ଆଶିଷଙ୍କୁ, ଏକ ଭିଲେନ୍ ରିଟର୍ଣ୍ଣସ୍ (୨୦୨୨), ସର୍କସ୍ (୨୦୨୨) ଏବଂ ରାଣୀ ମୁଖାର୍ଜୀଙ୍କ ମର୍ଦାନି (୨୦୧୪) ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ମନୋଜ ବାଜପେୟୀଙ୍କ ଦି ଫ୍ୟାମିଲି ମ୍ୟାନ୍ (୨୦୧୯) ର ପ୍ରଥମ ସିଜିନରେ ମଧ୍ୟ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe