ଦମ୍ ଅଛି ଯଦି ସଲମାନଙ୍କ ଆଗରେ କୁହ; ଅଶନୀରଙ୍କୁ ଚ୍ୟାଲେଞ୍ଜ କଲେ ଉର୍ଫି

ଭାରତ ପେ' ସହ-ପ୍ରତିଷ୍ଠାତା ଏବଂ ସାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ୍ ୧ ଜଜ୍ ଅଶନୀର ଗ୍ରୋଭର ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଏହାର କାରଣ ହେଉଛି ଅଭିନେତା ସଲମାନ ଖାନଙ୍କ ସମ୍ପର୍କରେ ତାଙ୍କର ବୟାନ।

WET

ମୁମ୍ବାଇ: ଭାରତ ପେ' ସହ-ପ୍ରତିଷ୍ଠାତା ଏବଂ ସାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ୍ ୧ ଜଜ୍ ଅଶନୀର ଗ୍ରୋଭର ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଏହାର କାରଣ ହେଉଛି ଅଭିନେତା ସଲମାନ ଖାନଙ୍କ ସମ୍ପର୍କରେ ତାଙ୍କର ବୟାନ। ଏକ କାର୍ଯ୍ୟକ୍ରମରେ ସେ ସଲମାନଙ୍କୁ ତାଙ୍କର ପ୍ରତିଯୋଗୀ ବୋଲି କହିଛନ୍ତି।

କିଛି ଦିନ ତଳେ ଅଶନୀର ଗ୍ରୋଭର ବିଗ୍ ବସ୍ ସିଜିନ୍ ୧୮ରେ ଅତିଥି ଭାବରେ ନଜର ଆସିଥିଲେ। ପ୍ରଥମେ ସଲମାନ ସୋ'ରେ ଅଶନୀରଙ୍କୁ ଚିହ୍ନି ନଥିବା କହିଥିଲେ ଏବଂ ପରେ ବ୍ୟବସାୟୀଜଣକ ଅଭିନେତାଙ୍କ ବିଷୟରେ ଦେଇଥିବା ନକାରାତ୍ମକ ବୟାନ ବିଷୟରେ ଉଲ୍ଲେଖ କରିଥିଲେ। ଦୁହିଁଙ୍କ ମଧ୍ୟରେ ଏହାକୁ ନେଇ ଟିକିଏ ଯୁକ୍ତିତର୍କ ବି ହୋଇଥିଲା। ଏବେ ସଲମାନ ତାଙ୍କୁ ଚିହ୍ନି ନଥିବା କହିଥିବାରୁ ତାଙ୍କୁ ଟାର୍ଗେଟ କରିଛନ୍ତି ଅଶନୀର।

ଅଶନୀର ଗ୍ରୋଭର ଏନଆଇଟି କୁରୁକ୍ଷେତ୍ରରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିବା ବେଳେ ସଲମାନ ଖାନଙ୍କ ବିଷୟରେ କହିଥିଲେ। ସେ କହିଥିଲେ "ସଲମାନ ଅଯଥାା ସମସ୍ୟା ସୃଷ୍ଟି କରି ନିଜ ପାଇଁ ନୂଆ ପ୍ରତିଯୋଗିତା ଆରମ୍ଭ କରିଦେଲେ। ସେ ମୋତେ ଡାକିଥିଲେ। ମୁଁ ଶାନ୍ତିପୂର୍ଣ୍ଣ ଭାବରେ ସେଠାକୁ ଯାଇଥିଲି। ମୋତେ ଡାକିବା ପରେ ସେ ମୋତେ ଚିହ୍ନି ନଥିବା କହିଥିଲେ। ଏଭଳି କହି ସେ ଭୁଲ କରିଦେଇଛନ୍ତି। ତାଙ୍କୁ ଏବେ ମୋ ସହ ପ୍ରତିଯୋଗିତା କରିବାକୁ ହେବ।"

Uorfi Javed

ଅଶନୀରଙ୍କ ଏଭଳି ବୟାନ ପରେ ଏବେ ଇନଫ୍ଲୁଏନସର ଉର୍ଫି ଜାଭେଦ ଏହା ଉପରେ ନିଜର ବୟାନ ଦେଇଛନ୍ତି। ଅଶନୀରଙ୍କ ଭିଡିଓ ଇନଷ୍ଟାରେ ସେୟାର କରି ସେ ଲେଖଛନ୍ତି,  "ଏସବୁ ଏବେ ସଲମାନଙ୍କ ଆଗରେ କହିକି ଦେଖାଅ। ଏ ପୁଣି ସଲମାନଙ୍କ ସହ ପ୍ରତିଯୋଗିତା କରିବ?"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe