ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଟିଭି କଳାକାର ଅସ୍‌ନୁର କୌର୍‌

ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଟିଭି କଳାକାର ଅସ୍‌ନୁର କୌର୍‌

DNA India

ମୁମ୍ବାଇ: ଧାରାବାହିକ ଝାନ୍‌ସୀ କି ରାନୀ, ୟେ ରିସ୍ତା ‌କ୍ୟା କେହେଲାତା ‌ହୈ, ପଟିଆଲା ବେବ୍‌ସ ଓ ଚଳଚ୍ଚିତ୍ର ସଞ୍ଜୁ, ମନ୍‌ମର୍ଜିଆଁ ଆଦିରେ ଅଭିନୟ କରି ଦର୍ଶକଙ୍କୁ ମୁଗ୍ଧ କରିଥିବା ଶିଶୁ କଳାକାର ଅସ୍‌ନୁର କୌର୍‌ ସିବିଏସ୍ଇ ଦ୍ବ‌ାଦଶ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ନିଜର ପରୀକ୍ଷା ନମ୍ବରରେ ବେଶ୍‌ ସନ୍ତୁଷ୍ଟ ଥିବା ଅସ୍‌ନୁର ନିକଟ ଭବିଷ୍ୟତରେ ଏକ ଘର କିଣିବାକୁ ଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି କି ‘ଏହା ବହୁତ ଭଲ ଅନୁଭବ। ମୁଁ ଦଶମରେ ୯୩ ପ୍ରତିଶତ ସ୍କୋର କରିଥିଲି ଏବଂ ସେଥିପାଇଁ ମୁଁ ଭାବିଲି ଯେ ଏହାଠାରୁ ଅଧିକ ପାଇବା ଉଚିତ୍। ମୁଁ ମୋର ଅଧ୍ୟୟନରେ ଧ୍ୟାନ ଦେବାକୁ ୯୪ ପ୍ରତିଶତ ନମ୍ବର ରଖିବାରେ ସଫଳ ହୋଇପାରିଛି।’

ଅଭିନୟ ବ୍ୟତୀତ ଚଳଚ୍ଚିତ୍ର ନିର୍ମାଣ ଏବଂ ନିର୍ଦ୍ଦେଶନା ମଧ୍ୟ ଶିଖିବାକୁ ଚାହାଁନ୍ତି ଅନ୍‌ସୁର୍‌। ସେ ବୁକ୍‌ କରିଥିବା ଘର ଏବେ ନିର୍ମାଣଧୀନ ରହିଛି ଓ ଆସନ୍ତାବର୍ଷ ସେ ନିଜର ସ୍ବପ୍ନର ଘରକୁ ସ୍ଥାନାନ୍ତରିତ ହେବାର ଯୋଜନା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe