ଅଶୋକଙ୍କ ଅଟକିିଥିବା ସିନେମା

Advertisment

ଓଲିଉଡ୍‌ର ଅନ୍ୟତମ ସଫଳ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏକ ସିନେମାର କାମ ପ୍ରାୟ ୫ ବର୍ଷ ତଳେ ଶେଷ ହୋଇଥିବା ବେଳେ ତାହା ଏ ଯାଏ ମୁକ୍ତିଲାଭ କରିନାହିଁ। ରବିନାରାୟଣ ଦାଶଙ୍କ ପ୍ରଯୋଜିତ ‘ମୁଁ ତତେ ଭଲପାଏ’ ଶୀର୍ଷକରେ ନିର୍ମିତ ଏହି ସିନେମାରେ...

ଓଲିଉଡ୍‌ର ଅନ୍ୟତମ ସଫଳ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏକ ସିନେମାର କାମ ପ୍ରାୟ ୫ ବର୍ଷ ତଳେ ଶେଷ ହୋଇଥିବା ବେଳେ ତାହା ଏ ଯାଏ ମୁକ୍ତିଲାଭ କରିନାହିଁ। ରବିନାରାୟଣ ଦାଶଙ୍କ ପ୍ରଯୋଜିତ ‘ମୁଁ ତତେ ଭଲପାଏ’ ଶୀର୍ଷକରେ ନିର୍ମିତ ଏହି ସିନେମାରେ...

addada

ଓଲିଉଡ୍‌ର ଅନ୍ୟତମ ସଫଳ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏକ ସିନେମାର କାମ ପ୍ରାୟ ୫ ବର୍ଷ ତଳେ ଶେଷ ହୋଇଥିବା ବେଳେ ତାହା ଏ ଯାଏ ମୁକ୍ତିଲାଭ କରିନାହିଁ। ରବିନାରାୟଣ ଦାଶଙ୍କ ପ୍ରଯୋଜିତ ‘ମୁଁ ତତେ ଭଲପାଏ’ ଶୀର୍ଷକରେ ନିର୍ମିତ ଏହି ସିନେମାରେ ନବାଗତ ଶଶିକାନ୍ତଙ୍କୁ ନାୟକ ଭାବେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ବଙ୍ଗୀୟ ନାୟିକା ଅପର୍ଣ୍ଣା। ମିହିର ଦାସ, ପପୁ ପମ୍‌ପମ୍‌ ଓ ଜୀବନ ପଣ୍ଡା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଶକ୍ତି ବରାଳ ଫିଲ୍ମର ସଂଳାପକାର ହୋଇଥିବା ବେଳେ ଡକ୍ଟର ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଗୀତ ରଚନା କରିିଛନ୍ତି। ଗୁଡୁଲି ରଥ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ସୂଚନା ଅନୁଯାୟୀ, ‘ମୁଁ ତତେ ଭଲପାଏ’ର ସୁଟିଂ ସରିବା ସହ ପୋଷ୍ଟ ପ୍ରଡକ୍ସନ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଏହାର ରିଲିଜ ବିଳମ୍ବିତ ହୋଇଛି। ସିନେମାଟି କେବେ ପରଦାକୁ ଆସିବ ତାହା ଜଣାପଡ଼ିନାହିଁ। ଅନ୍ୟ ପକ୍ଷରେ ଫିଲ୍ମର ନାୟକ ଶଶିକାନ୍ତ କହନ୍ତି, ‘‘ମୁଁ ଏହାର ରିଲିଜକୁ ଅପେକ୍ଷା କରିଛି। ଏହି ସିନେମାର ସୁଟିଂ ବେଳେ ମୋ ନିକଟକୁ ୩/୪ଟି ଓଡ଼ିଆ ଫିଲ୍ମର ଅଫର୍ ଆସିଥିଲେ ବି କେବଳ ‘ମୁଁ ତତେ ଭଲପାଏ’କୁ ଅପେକ୍ଷା କରି ସେସବୁକୁ ହାତଛଡ଼ା କରିଥିଲି। ରିଲିଜ୍‌ ଲାଗି ପଦକ୍ଷେପ ନେବାକୁ ପ୍ରଯୋଜକଙ୍କୁ ଅନୁରୋଧ।’’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe