ସର୍ବାଧିକ ଖୋଜାଯାଇଥିବା ଏସୀୟଙ୍କ ତାଲିକାରେ ଉର୍ଫୀ!

Advertisment
ସର୍ବାଧିକ ଖୋଜାଯାଇଥିବା ଏସୀୟଙ୍କ ତାଲିକାରେ ଉର୍ଫୀ!

Zee News

ଇଣ୍ଟରନେଟ୍ ଅନ୍ବେଷଣ ୱେବ୍‌ସାଇଟ୍ ‘ଗୁଗଲ୍‌’ ଜରିଆରେ ଏ ବର୍ଷ ସାରା ବିଶ୍ବରେ ସର୍ବାଧିକ ଲୋକ ଖୋଜାଖୋଜି କରିଥିବା ଏସୀୟ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ୨୪ ବର୍ଷ ବୟସ୍କା ଉର୍ଫୀ ଜାବେଦ ଏହି ତାଲିକାରେ ୫୭ତମ ସ୍ଥାନ ଅଧିକାର କରିବା ସଭିଙ୍କୁ ଚକିତ କରିଛି। ସେ ଏତେ ଲୋକଙ୍କ ଜିଜ୍ଞାସାର କାରଣ ପାଲଟିବା ପଛରେ ତାଙ୍କ ଅଭିନୟ ଚାତୁରୀର ଭୂମିକା ନଗଣ୍ୟ କହିଲେ ଚଳେ। ଏଯାବତ୍‌ ସେ ମାତ୍ର କେତେଟି ଟେଲିଭିଜନ୍ ଧାରାବାହିକ ଏବଂ ଦୁଇଟି ଓଟିଟି କାର୍ଯ୍ୟକ୍ରମରେ ଦେଖାଦେଇଛନ୍ତି। ଏହା ସତ୍ତ୍ବେ ସେ ବଲିଉଡ୍‌ର ଅନେକ ଅଗ୍ରଣୀ ସୁପର୍‌ଷ୍ଟାର୍‌ଙ୍କୁ ସୁଦ୍ଧା ପଛରେ ଛାଡ଼ିଦେଇଛନ୍ତି। ଏହି ତାଲିକାରେ ଉର୍ଫୀଙ୍କ ନାମ କିଆରା ଆଡ଼ଭାନୀ, କଙ୍ଗନା ରଣାଵତ, ଜାହ୍ନବୀ କପୁରଙ୍କ ଭଳି ସେଲିବ୍ରିଟିଙ୍କ ଊର୍ଦ୍ଧ୍ବରେ ରହିଛି। ନିଜର ଅଭିନବ ତଥା ବିବାଦୀୟ ଷ୍ଟାଇଲ୍‌ ଉର୍ଫୀଙ୍କୁ ଏହି ସଫଳତା ପ୍ରଦାନ କରିଛି ବୋଲି ଅନେକ ଲୋକ କହୁଛନ୍ତି।

ସାମାଜିକ ଗଣମାଧ୍ୟମରେ ନିୟମିତ ଛାଡୁଥିବା ଫଟୋଗୁଡ଼ିକରେ ଉର୍ଫୀଙ୍କର ଅଦୃଷ୍ଟପୂର୍ବ ତଥା ଉତ୍ତେଜକ ସାଜସଜ୍ଜା ଅନ୍ୟ ସଭିଙ୍କ ଠାରୁ ବାରି ହୋଇପଡ଼େ। କେବଳ ଏତିକି ନୁହେଁ, ସେ ଅକଳ୍ପନୀୟ ସାମଗ୍ରୀରୁ ପୋଷାକ ତିଆରି କରି ଆକର୍ଷଣୀୟ ରୂପରେ ଆବିର୍ଭାବ ହୋଇଥାନ୍ତି। ଅତୀତରେ ବିଦ୍ୟୁତ୍‌ ତାର, ଅଖା, ଫୁଲ, ସେଫ୍‌ଟି ପିନ୍, ଭଙ୍ଗା କାଚ, ପ୍ଲାଷ୍ଟିକ୍‌, କଟନ କ୍ୟାଣ୍ଡି ବା ବମ୍ବେଇ ଲଡୁ ଆଦି ପରିଧାନ କରି ସେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ତାଙ୍କ ନିନ୍ଦୁକଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ସାମାଜିକ ଗଣମାଧ୍ୟମରେ ତାଙ୍କର ପରିଚ୍ଛଦକୁ ଉଦ୍ଭଟ, ଅସ୍ବୀକାର୍ଯ୍ୟ କହି ଅନେକ ଲୋକ ଟ୍ରୋଲ୍‌ କରନ୍ତି। ଏହା ସତ୍ତ୍ବେ ସେ ଅନେକ ଦିନ ହେଲା ସାମାଜିକ ଗଣମାଧ୍ୟମରେ ଶୀର୍ଷସ୍ତରୀୟ ଲୋକପ୍ରିୟତା ଉପଭୋଗ କରିଆସୁଛନ୍ତି। ଉଲ୍ଲେଖନୀୟ, ଗୁଗଲ୍‌ରେ ସବୁଠାରୁ ଅଧିକ ଖୋଜାଯାଇଥିବା ୧୦୦ ଏସୀୟଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଲୋକପ୍ରିୟ କେ-ପପ୍‌ ଦଳ ‘ବିଟିଏସ୍‌’ର ଭି ନାମ୍ନୀ ସେଲିବ୍ରିଟି। ହତ୍ୟାକାଣ୍ଡର ଶିକାର ହୋଇଥିବା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଵାଲା ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ପଞ୍ଚମ, ସପ୍ତମ, ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଅଛନ୍ତି ଯଥାକ୍ରମେ ଲତା ମଙ୍ଗେସକର, କ୍ୟାଟ୍ରିନା କୈଫ୍, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଓ ବିରାଟ କୋହଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe