ସ୍ବାମୀଙ୍କଠାରୁ ଅଲଗା ହେବେ ସାଉଥ ସୁପରଷ୍ଟାର ଅସିନ୍ !

Advertisment
ସ୍ବାମୀଙ୍କଠାରୁ ଅଲଗା ହେବେ ସାଉଥ ସୁପରଷ୍ଟାର ଅସିନ୍ !

ମୁମ୍ବାଇ: ସ୍ବାମୀଙ୍କଠାରୁ ଅଲଗା ହେବେ ସାଉଥ ସୁପରଷ୍ଟାର। ଅସିନ୍ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର୍ ରହିସାରିଛନ୍ତି। ସେ ବଲିଉଡର ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିବା ବେଳେ ଆମୀର ଖାନଙ୍କ ସହ ଫିଲ୍ମ 'ଗଜନି'ରେ କଳ୍ପନା ଶେଟ୍ଟୀଙ୍କ ଭୂମିକାରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ। ହେଲେ ବିବାହ ପରେ ସେ ଅଭିନୟ ଜଗତରୁ ନିଜକୁ ଦୂରେଇ ଦେଇଥିବା ଦେଖାଯାଇଥିଲା। ଏବେ ଚର୍ଚ୍ଚା ହେଉଛି ‌ବିବାହର କିଛି ବର୍ଷ ପରେ ଅସିନ୍ ସ୍ବାମୀ ରାହୁଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି।

ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଥିବା ସମସ୍ତ ଫଟୋକୁ ଇନଷ୍ଟାଗ୍ରାମରୁ ଡିଲିଟ କରିଦେଇଥିଲେ, ଯାହା ପରେ ଅଭିନେତ୍ରୀଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଥିଲା। ଏହା ସହ ସେ ସ୍ବାମୀଙ୍କଠାରୁ ଅଲଗା ହେବେ ବୋଲି କୁହାଯାଉଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ଅସିନ ଏହି ସବୁ ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି ଏବଂ ଇନଷ୍ଟା ପୋଷ୍ଟରେ ସତ କ’ଣ ତାହା ଜଣାଇଛନ୍ତି।

publive-image abplive

ବୁଧବାର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅସିନ ତାଙ୍କ ଛାଡପତ୍ରର ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି ଯେ ସେ ବର୍ତ୍ତମାନ ରାହୁଲଙ୍କ ସହ ଗ୍ରୀଷ୍ମ ଛୁଟି ଉପଭୋଗ କରୁଛନ୍ତି। ସ୍ୱାମୀ ରାହୁଲଙ୍କୁ ଛାଡପତ୍ର ଦେବା ଖବରକୁ ଗୁଜବ ବୋଲି କହି ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।

ଅସିନଙ୍କ ସ୍ୱାମୀ ରାହୁଲ ମାଇକ୍ରୋମାକ୍ସର ସହ-ପ୍ରତିଷ୍ଠାତା ଅଟନ୍ତି। ଅଭିନେତ୍ରୀ ରାହୁଲଙ୍କୁ ୨୦୧୬ରେ ବିବାହ କରିଥିଲେ। ବିବାହ ପରେ ଅସିନ ତାଙ୍କ ଅଭିନୟ କ୍ୟାରିଅରରୁ ବିଦାୟ ନେଇଥିଲେ। ବିବାହ ପରେ ରାହୁଲ ଏବଂ ଅସିନ ୨୦୧୭ରେ ଝିଅ ଅରିନର ମାତାପିତା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe