ସୁହାନା-ଆରୟନ ନିଜ କ୍ୟାରିୟର ଗଢ଼ିପାରିବେ ନାହିଁ: ଜ୍ୟୋତିଷ ସୁଶୀଲ କୁମାର ସିଂହ

ଶାହରୁଖ ଖାନଙ୍କ ଝିଅ ସୁହାନା ଏବଂ ପୁଅ ଆରୟନଙ୍କ ଫିଲ୍ମ କ୍ୟାରିୟର ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିଷ ସୁଶୀଲ କୁମାର ସିଂହ। ସୁହାନା-ଆରୟନ ନିଜ କ୍ୟାରିୟର ଗଢ଼ିପାରିବେ ନାହିଁ ବୋଲି କହିଛନ୍ତି ସୁଶୀଲ।

taryaan l

ମୁମ୍ବାଇ: ବଲିଉଡର ବାଦଶାହା ଶାହାରୁଖ ଖାନ-ତାଙ୍କ ପତ୍ନୀ ଗୌରୀ ଖାନ ଓ ଅଭିନେତା ଚଙ୍କି ପାଣ୍ଡେ ଏବଂ ତାଙ୍କ ପତ୍ନୀ ବହୁତ ଭଲ ବନ୍ଧୁ। ସେମାନଙ୍କ ପିଲାମାନେ, ସୁହାନା, ଆରୟନ ଏବଂ ଅନନ୍ୟା ମଧ୍ୟ ପରସ୍ପର ସହିତ ଭଲ ସମ୍ପର୍କ ରଖିଛନ୍ତି। ଶାହରୁଖ ଖାନଙ୍କ ଝିଅ ସୁହାନା, 'ଦି ଆର୍ଚିଜ୍' ସହିତ ତାଙ୍କ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିବା ବେଳେ, ଚଙ୍କିଙ୍କ ଝିଅ ଅନନ୍ୟା 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨' ସହିତ ବି-ଟାଉନରେ ଡେବ୍ୟୁ କରିଥିଲେ। ଆଗକୁ ଆରୟନ୍ ଖାନ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏସବୁ ମଧ୍ୟରେ, ଜଣେ ଜ୍ୟୋତିଷ ଏହି ଷ୍ଟାର କିଡ୍ସଙ୍କ ଫିଲ୍ମ କ୍ୟାରିୟର ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି।

ଜ୍ୟୋତିଷ ସୁଶୀଲ କୁମାର ସିଂହ ତାଙ୍କର ବିବାଦୀୟ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ସେ ପୂର୍ବରୁ କହିଥିଲେ ଯେ, ଅଭିନେତ୍ରୀ କରୀନା କପୁର ଖାନ ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ବିବାହର ଗୋଟିଏ ବର୍ଷ ମଧ୍ୟରେ ଅଲଗା ହୋଇଯିବେ। କିନ୍ତୁ ସେମାନେ ଦଶ ବର୍ଷରୁ ଅଧିକ ସମୟ ଧରି ସାଙ୍ଗରେ ରହିଛନ୍ତି। ଏବେ ଏକ ସାକ୍ଷାତକାରରେ ସୁଶୀଲ, ଶାହରୁଖ ଖାନଙ୍କ ଝିଅ ସୁହାନା, ପୁଅ ଆରୟନ ଖାନ ଏବଂ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କ କ୍ୟାରିଅର ବିଷୟରେ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, "ଅନନ୍ୟାଙ୍କ ପାଇଁ ୨୦୨୫ବର୍ଷ ଫଳପ୍ରଦ ହେବ ନାହିଁ। ସୁହାନାଙ୍କର କୌଣସି କ୍ୟାରିଅର ନାହିଁ। ଆରୟନଙ୍କର ମଧ୍ୟ କୌଣସି କ୍ୟାରିଅର ନାହିଁ। କିନ୍ତୁ ଶାହରୁଖ ଖାନ ଟଙ୍କା ରୋଜଗାର କରି ଚାଲିବେ।"

ଅନ୍ୟପକ୍ଷରେ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନୀଙ୍କୁ ନେଇ ସେ କହିଛନ୍ତି ଯେ, "ତାଙ୍କ କୁଣ୍ଡଳୀ ଭଲ ଏବଂ ସେ ବହୁତ ଆଗକୁ ଯିବେ। ସେ ନମ୍ବର-୨ ଓ ସ୍ୱର୍ଗତଃ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ନମ୍ବର ୨ରେ ରହିବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe