ରଣବୀର-ଆଲିଆଙ୍କ ପରେ ଆଥିଆ ସେଟ୍ଟୀ ଓ କେଏଲ୍‌ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା

Advertisment
ରଣବୀର-ଆଲିଆଙ୍କ ପରେ ଆଥିଆ ସେଟ୍ଟୀ ଓ କେଏଲ୍‌ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା

www.aajtak.in

ମୁମ୍ବାଇ: ସୁନୀଲ‌ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଛି। ଏହି ଦୁଇ ଜଣ ପରସ୍ପରଙ୍କୁ ଡେଟ୍‌ କରୁଥିବା କଥା କାହାକୁ ବି ଅଛପା ନାହିଁ। ଏବେ ଆଉ ଏକ ଚର୍ଚ୍ଚା ଜୋର୍‌ ଧରିଛି। ତାହା ହେଉଛି ଆଥିଆ ଓ କେଏଲ୍‌ ରାହୁଲ୍‌ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଦୁହେଁ ପରସ୍ପରଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଥିଆ ଏବଂ କେଏଲ୍‌ ରାହୁଲଙ୍କ ପରିଚୟ ଜଣେ କମନ୍‌ ବନ୍ଧୁଙ୍କ ଜରିଆରେ ହୋଇଥିଲା। ଯଦିଓ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ନାହିଁ, ତେବେ ଦୁହେଁ ଦୁହିଁଙ୍କୁ ସୋସିଆଲ୍‌ ମିିଡିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଇବ‌ା ପରେ ସେମାନଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆ‌ରମ୍ଭ ହୋଇଥିଲା।

publive-image www.aajtak.in

ଯେତେବେଳେ କେଏଲ୍‌ ରାହୁଲ ତାଙ୍କର ଷ୍ଟେଟ୍‌ ସିରିଜ୍‌ ଖେଳିବାକୁ ଇଂଲଣ୍ଡ ଯାଇଥିଲେ, ସେ ସମୟରେ ଆଥିଆ ତାଙ୍କୁ ସମର୍ଥନ ଜଣାଇବାକୁ ତାଙ୍କ ସହ ଯାଇଥିଲେ। ଯଦିଓ ସେମାନେ ପରସ୍ପରଙ୍କ ସଂପର୍କକୁ ନେଇ ଏଯାଏ ସର୍ବସାଧାରଣରେ କୌଣସି ଖୁଲାସା କରିନାହାନ୍ତି, ମାତ୍ର ସେମାନଙ୍କ ରୋମାଣ୍ଟିକ୍‌ ଫଟୋ ସବୁ ସଂପର୍କର ସତ୍ୟତାକୁ ପ୍ରକାଶ କରୁଛି। ଏ ନେଇ ଆଥିଆଙ୍କ ବାପା ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ବହୁ ଗଣମାଧ୍ୟମ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe