୨୫ ବର୍ଷରେ ପାଦ ଦେଲେ ଆଥିୟା ସେଟ୍ଟି

Advertisment
୨୫ ବର୍ଷରେ ପାଦ ଦେଲେ ଆଥିୟା ସେଟ୍ଟି

photo-hindustantimes

ଆଜି ପ୍ରଖ୍ୟାତ ଅଭିନେତା ସୁନୀଲ୍‌ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ୨୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ୧୯୯୨ ମସିହା ନଭେମ୍ବର ୫ ତାରିଖରେ ଜନ୍ମ ହୋଇଥିଲେ। ଏହାପରେ ସେ ଲଣ୍ଡନ ସ୍କୁଲ ଅଫ୍‌ ଆକ୍ଟିଂରେ କୋର୍ସ କରିଥିଲେ । ସେଠାରୁ ଅଭିନୟର ପ୍ରଶିକ୍ଷଣ ନେଇ ଫେରିବାପରେ ଆଥିୟା ସେଟ୍ଟିଙ୍କୁ ବଲିଉଡ଼୍‍ରେ ବ୍ରେକ୍‌ ଦେଇଥିଲେ ସଲମାନ୍‌ ଖାନ୍‌। ଆଥିୟା

publive-image photo-ndtv

ସଲମାନ୍‌ଙ୍କ ହୋମ୍‌ ପ୍ରଡ଼କ୍‌ସନ୍‌ ସିନେମା ‘ହିରୋ’ରୁ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏଥିରେ ତାଙ୍କର ନାୟକ ଥିଲେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ପାଞ୍ଚୋଲି। ସୋ’ମ୍ୟାନ୍‌ ସୁଭାଷ ଘାଇଙ୍କ ବ୍ଲକ୍‌ବଷ୍ଟର ମୁଭି‘ହିରୋ’ର ରିମେକ୍‌ ଥିଲା ଏହି ସିନେମା। କିନ୍ତୁ ଏହାକୁ ଆଶନୁରୂପ ବ୍ୟାବସାୟିକ ସଫଳତା ମିଳି ନଥିଲା।

ଏହାପରେ ଆଥିୟା ଅର୍ଜୁନ୍‌ କପୁର୍‌ଙ୍କ ସହ ‘ମୁବାରକାଁ’ଫିଲ୍ମରେ ନଜର ଆସିଛନ୍ତି। ଏହା ବି ଖାସ୍‌ କମାଲ କରିପାରିଲା ନାହିଁ । ଦୁଇ ବର୍ଷ ଭିତରେ ମାତ୍ର ଦୁଇଟି ସିନେମାରେ ନଜର ଆସିଛନ୍ତି ଆଥିୟା ସେଟ୍ଟି । ସେ କାହିଁକି କମ୍‌ ସଂଖ୍ୟକ ସିନେମାରେ କାମ କରୁଛନ୍ତି ବୋଲି ପ୍ରଶ୍ନ ହେବାରୁ ଆଥିୟା କହିଛନ୍ତି ଯେ ସେ ତାଙ୍କ ପିତା ସୁନୀଲ ସେଟ୍ଟିଙ୍କଠାରୁ ଯାହା ଶିଖିଛନ୍ତି ତାହା କରୁଛନ୍ତି।

ସବୁଠୁ ବଡ଼କଥା ହେଲା ଯେଉଁ ଫିଲ୍ମରେ କାମ କରି ପରେ ଅନୁତାପ କରିବାକୁ ପଡ଼ିବ ସେଭଳି ସିନେମାରେ କାମ କରିବାକୁ ଚାହାଁନ୍ତି ନାହିଁ। ବାପାଙ୍କ ଭୁଲ ସେ ଦୋହରାଇବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ଆଥିୟା ସେଟ୍ଟି । ତେବେ ସେ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ତାଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୧.୮ ମିଲିଅନ୍‌ ଫଲୋଅର୍ସ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe