ମୋ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି: ଆଦିତ୍ୟ ଠାକରେ

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ୍ ଆଦିତ୍ୟ ଠାକରେଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି। ଏହା ଜାଣି ମୋ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଆଦିତ୍ୟ।

adityaaaa

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଏବେ ଏକ ନୂତନ ମୋଡ଼ ଆସିଛି। ଦିଶାଙ୍କ ବାପା ସତୀଶ ସାଲିଆନ୍ ଏବେ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ସେ ତାଙ୍କ ଝିଅ ମୃତ୍ୟୁର ନୂତନ ତଦନ୍ତ ଦାବି କରିଛନ୍ତି। ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବାକୁ ସେ ଦାବି କରିଛନ୍ତି।

ଦିଶା ସାଲିଆନଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା। ସେ ଦାବି କରିଛନ୍ତି ଯେ, ଏହି ମାମଲାରେ କିଛି ପ୍ରଭାବଶାଳୀ ଲୋକଙ୍କୁ ବଞ୍ଚାଇବା ପାଇଁ ଏକ ରାଜନୈତିକ ଷଡ଼ଯନ୍ତ୍ର ରଚନା କରାଯାଇଛି। ସତୀଶ ସାଲିଆନ୍ ହାଇକୋର୍ଟରେ ଆବେଦନ କରିଛନ୍ତି ଯେ ତାଙ୍କ ଝିଅର ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ।

ଏଭଳି ଦାବି ମଧ୍ୟରେ ଏବେ ଆଦିତ୍ୟ ଠାକରେଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, "ଏସବୁ ମୋ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ କରାଯାଇଛି। ଯଦି ମାମଲା କୋର୍ଟରେ ଅଛି, ମୁଁ କୋର୍ଟକୁ ଜବାବ ଦେବି। ଏହି ଦେଶର ଉନ୍ନତି ପାଇଁ ମୋର ଲଢ଼େଇ ଜାରି ରହିବ।"

ଉଲ୍ଲେଖଯୋଗ୍ୟ, ୮ ଜୁନ୍ ୨୦୨୦ରେ ଏକ କୋଠାର ୧୪ ମହଲାରୁ ପଡ଼ି ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା। ଦିଶା ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଥିଲେ। ଦିଶାଙ୍କ ମୃତ୍ୟୁର ମାତ୍ର ୬ଦିନ ପରେ, ୧୪ଜୁନ୍ ୨୦୨୦ରେ, ସୁଶାନ୍ତ ମଧ୍ୟ ତାଙ୍କ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ।

Disha Salian | aaditya-thackeray | Give Reaction To Disha Salian Death Case 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe