ଚିକିତ୍ସା ପ୍ରକ୍ରିୟା ଭୁଲ ହେବାରୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା୍କୁ ଲାଗିଲା

୫୭ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିବା ଅତୁଲ ପରଚୁରେ ଅନେକ ଦିନ ହେବ କର୍କକଟ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
feweft

ମୁମ୍ବାଇ: ପ୍ରସିଦ୍ଧ ମରାଠୀ ଅଭିନେତା ତଥା ହାସ୍ୟାଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି । ପରଚୁରେ ମାତ୍ର ୫୭ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅତୁଲ ପରଚୁରେ ଅନେକ ଦିନ ହେବ କର୍କକଟ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ କିଛିଦିନ ତଳେ ଅତୁଲ ପରଚୁରେ ଏକ ସାକ୍ଷାତକାରରେ କହିଥିଲେ, ‘ମୋର ଭୁଲ ଚିକିତ୍ସା କରାଯାଇଛି। ଯେଉଁ କାରଣରୁ ଆହୁରି ସମସ୍ୟା ବଢ଼ି ଯାଇଛି। 

ମୋର ବିବାହକୁ ୨୫ବର୍ଷ ପୁରିବା ପରେ ମୁଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବୁଲିବାକୁ ଯାଇଥିଲି। ସେ ପର୍ଯ୍ୟନ୍ତ ମୁଁ ଠିକ ଥିଲି। ଏହାପର ଠାରୁ ମୋତେ ଖାଇବାରେ ପିଇବାରେ ଅସୁବିଧା ହୋଇଥିଲା। ଯେତେବେଳେ ବି ଖାଇଲି ବାନ୍ତି ହେଉଥିଲା।  ଏହାପରେ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇଥିଲି କିନ୍ତୁ କିଛି ଲାଭ ମିଳି ନଥିଲା। 

ଏହାଦେଖି ଡାକ୍ତର ଏକ୍ସରେ ପାଇଁ କହିଥିଲେ। ଏକ୍ସରେ ରିପୋର୍ଟରେ ଲିଭରରେ ପାଖାପାଖି ୫ସେଣ୍ଟିମିଟର ଟ୍ୟୁମର ଥିବା ଚିହ୍ନଟ ହୋଇଥିଲା। ଏହାପରେ ମୁଁ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଲା। ଡାକ୍ତର କହିଥିଲେ ଚିକିତ୍ସା ପରେ ମୁଁ ସୁସ୍ଥ ହୋଇଯିବି କିନ୍ତୁ ମୋର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଆହୁରି ବିଗିଡ଼ିବାକୁ ଲାଗିଥିଲା।

ଡାକ୍ତର ଚିକିତ୍ସା ସମୟରେ ପ୍ରଥମ ପ୍ରକ୍ରିୟା ଭୁଲ କରି ଦେଇଥିଲେ। ଯେଉଁ କାରଣରୁ ‌ମୋର ପେନକ୍ରିୟାଜ ପ୍ରଭାବିତ ହୋଇଥିଲା। ଏହାପର ଠାରୁ ମୁଁ କ୍ରମାଗତ ଭାବେ ସମସ୍ୟା ପରେ ସମସ୍ୟା ଭୋଗିବାକୁ ଲାଗିଥିଲି। ‌ଶେଷରେ ମୁଁ ଡାକ୍ତର ବଦଳାଇ ଦେଲି। ଡାକ୍ତର ପରିବର୍ତ୍ତନ ପରେ ମୋର କିମୋଥେରେପି ଆରମ୍ଭ ହୋଇଥିଲା। ଏହି କାରଣରୁ ମୁଁ ଅନେକ ଦିନ ପର୍ଯ୍ୟନ୍ତ କାମ କରି ପାରି ନଥିଲି।’

ଅତୁଲ ପରଚୁରେ  ମରାଠୀ ଫିଲ୍ମ ଓ ଥିଏଟରରେ ସେ ଲୋକପ୍ରିୟ ଥିବା ବେଳେ ବଲିଉଡ ଫିଲ୍ମର ଲୋକପ୍ରିୟ ଚେହେରା ମଧ୍ୟ ଥିଲେ । ସେ ଶାହାରୁଖ ଖାନଙ୍କ 'ବିଲୁ', ସଲମାନ୍ ଖାନ୍ ଙ୍କ 'ପାର୍ଟନର' ଏବଂ ଅଜୟ ଦେବଗନଙ୍କ 'ଅଲ୍ ଦି ବେଷ୍ଟ' ଭଳି ଫିଲ୍ମରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe