‘ଭୋଲା’ ଚଳଚ୍ଚିତ୍ର ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼, ୩ଦିନରେ ଆୟ କଲା ଏତେ କୋଟି

Advertisment
‘ଭୋଲା’ ଚଳଚ୍ଚିତ୍ର ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼, ୩ଦିନରେ ଆୟ କଲା ଏତେ କୋଟି

ମୁମ୍ବାଇ: ‘‘ଶାଲେ ହାତକଡ଼ି ଖୁଲେ ନହିଁ ଔର ସୁରୁ ହୋ ଗୟୀ ରଙ୍ଗ୍‌ବାଜି। ହାଁ ତୁମ୍‌ହାରି ସକଲ ଦେଖ କର। ନହିଁରେ ସକଲ ନହିଁ ତୁମ୍‌ହାରା ଅକଡ୍ ଦେଖ କେ’’- ଏହା ହେଉଛି ଅଜୟ ଦେବଗନ୍ ଓ ଅଭିନେତ୍ରୀ ତବୁଙ୍କ ସତେଜ ସଂଳାପର କିୟଦଂଶ। ‘ଭୋଲା’ ଜଣେ କଏଦୀ। ୧୦ ବର୍ଷର ବନ୍ଦୀ ଜୀବନ ପରେ ତା’ର ଝିଅକୁ ଦେଖିବା ପାଇଁ ସେ ଫେରୁଛି। ହେଲେ ଝିଅକୁ ଦେଖିବା ପାଇଁ ବି ତାକୁ ବହୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ୁଛି। ତାହା ହିଁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ସୃଷ୍ଟି କରୁଛି।

ଫିଲ୍ମ 'ଭୋଲା' ପ୍ରଥମ ଦିନରେ ବକ୍ସ ଅଫିସରେ ୧୧.୨୦କୋଟି ଟଙ୍କା ଆୟ କରିଥିଲା। ଶୁକ୍ରବାର ଦିନ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବା ସହ ଫିଲ୍ମଟି ୭.୪୦ କୋଟି ଟଙ୍କା ସଂଗ୍ରହ କରିଥିଲା। ହେଲେ ରିଲିଜ୍ ହେବାର ତୃତୀୟ ଦିନରେ ଅର୍ଥାତ୍ ଶନିବାର 'ଭୋଲା' ୧୨.୧୦ କୋଟି ଟଙ୍କା ରୋଜଗାର କରିଛି। ଏହା ସହିତ ଫିଲ୍ମର ମୋଟ ସଂଗ୍ରହ ୩୦.୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରବିବାର ଆୟକୁ ମିଶାଇଲେ ଫିଲ୍ମର ଆୟ ୪୦କୋଟି ପାଖାପାଖି ହେବ ବୋଲି ଆଶା କରାଯାଉଛି।

अजय देवगन aajtak

ଚଳଚ୍ଚିତ୍ର ‘ଭୋଲା’ରେ ଅଜୟ ଦେବଗନ, ତବୁ, ଅମ୍‌ଲା ପୌଲ, ଦୀପକ ଦୋବ୍ରିୟାଲ୍, ରାଇ ଲକ୍ଷ୍ମୀ, କିରନ୍ କୁମାର, ମାର୍କଣ୍ଡ ଦେଶପାଣ୍ଡେ, ଜାହାଙ୍ଗୀର ଖାନ୍, ବିନୀତ କୁମାର, କେତନ କରାଣ୍ଡେ, ସଞ୍ଜୟ ମିଶ୍ରା, ଶ୍ରୀଧର ଦୁବେ, ଲୋକେଶ ମିତ୍ତଲ, ଅମିତ ପାଣ୍ଡେ ପ୍ରମୁଖ ଭୂମିକାରେ ଥିବାବେଳେ ଅତିଥି କଳାକାର ଭାବେ ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳିଛି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବି ବସୁର।

ଫିଲ୍ମର ନିର୍ଦ୍ଦେଶନା ନିଜେ ଅଜୟ ଦେବଗନ ଦେଇଥିବା ବେଳେ ଏହି କାହାଣୀରେ ଦର୍ଶକ କେବଳ ଆକ୍ସନ୍ ଓ ଇମୋସନ୍ ଦେଖିବାକୁ ପାଉଛନ୍ତି। ‘ଦୃଶ୍ୟମ୍’ ଓ ‘ଦୃଶ୍ୟମ-୨’ରେ ଯାହା ‌ଦେଖିବାକୁ ମିଳିଥିଲା, ସେମିତି ‘ଭୋଲା’ରେ ମଧ୍ୟ ଦେଖିବାକୁ ମିଳିଛି। ଦଶ ଦିନ ପୂର୍ବରୁ ଏଇ ଚଳଚ୍ଚିତ୍ର ପାଇଁ ଅନ୍ୟୂନ ୪୦ ଲକ୍ଷ ଟିକେଟ୍ ବୁକିଙ୍ଗ୍ ହେଇଥିଲା, ଯାହାର ମୂଲ୍ୟ ୧୦ରୁ ୧୫ କୋଟି ଟଙ୍କା ହେବ। ଏହା ହେଉଛି ତାମିଲ୍ ଚଳଚ୍ଚିତ୍ର ‘କୈଥି’ର ରିମେକ୍। ‌କାରାଗାରରୁ ମୁକୁଳିବା ପରେ ଅଜୟ ଅନାଥାଶ୍ରମରେ ରହୁଥିବା ନିଜ ଝିଅକୁ ଦେଖିବାକୁ ଯାଉଛନ୍ତି । କିନ୍ତୁ ନ୍ୟାୟିକ ବ୍ୟବସ୍ଥାରେ ଥିବା ଜଣେ ଆଇନଜୀବୀ ଏହାକୁ ଭଣ୍ଡୁର କରୁଛନ୍ତି। ଅଜୟ ଦେବଗନ୍ ଫିଲ୍ମସ୍, ଟି ସିରିଜ୍ ଫିଲ୍ମସ୍, ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ଓ ଡ୍ରିମ୍ ୱାରିଅର ପିକଚର୍ସର ମିଳିତ ସହଯୋଗରେ ଏଇ ଚଳଚ୍ଚିତ୍ରଟି ନିର୍ମିତ ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe