‘ବିଶ୍ବାସ-ଦ ଲାଇଟ୍‌ ଓଭର୍‌ ଡାର୍କନେସ୍’ର ଅଡିଓ ଓ ପୋଷ୍ଟର୍‌ ରିଲିଜ୍‌

Advertisment
‘ବିଶ୍ବାସ-ଦ ଲାଇଟ୍‌ ଓଭର୍‌ ଡାର୍କନେସ୍’ର ଅଡିଓ ଓ ପୋଷ୍ଟର୍‌ ରିଲିଜ୍‌

ଭୁବନେଶ୍ବର : ସୁଧନ୍ୟା କ୍ରିଏଟିଭସ୍‌ର ପ୍ରଥମ ଚଳଚ୍ଚିତ୍ର ‘ବିଶ୍ବାସ- ଦ ଲାଇଟ୍‌ ଓଭର୍‌ ଡାର୍କନେସ୍‌’ର ଅଡିଓ ଓ ପୋଷ୍ଟର୍‌ ପ୍ରେସ୍‌ କ୍ଲବଠାରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ ଓ ଟିମ୍ ଏଡ୍‌ମାର୍କର ସିଏମ୍‌ଡି ନିଶିକାନ୍ତ ମିଶ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଚଳଚ୍ଚିତ୍ରରେ ୫ଟି ସୁମଧୁର ଗୀତ ରହିଥିବା ବେଳେ ଶାନ୍ତନୁ ଶତପଥୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଗୀତଗୁଡ଼ିକୁ ପ୍ରଯୋଜକ ଡ. ବିବେକାନନ୍ଦ ପାଣିଗ୍ରାହୀ ରଚନା କରିଥିବା ବେଳେ କଣ୍ଠଶିଳ୍ପୀ ପଣ୍ଡିତ ଶିବ ପ୍ରସାଦ ରଥ, ଇରା ମହାନ୍ତି ଓ ବିଷ୍ଣୁମୋହନ କବି କଣ୍ଠଦାନ କରିଛନ୍ତି। ଗୀତଗୁଡ଼ିକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଓଡ଼ିଶାର ଆକର୍ଷଣୀୟ ସ୍ଥାନ ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ବରରେ ସୁଟିଂ କରାଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ନବାଗତା ସାହିଲ ମିଶ୍ର ଅଭିନୟ କରିଥିବା ବେଳେ ଚିନ୍ମୟ ଦାସ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି। ବିବେକାନନ୍ଦ ପ୍ରାଣିଗ୍ରାହୀ ପ୍ରଯୋଜନା କରିଥିବା ବେଳେ ସୁଧାରଞ୍ଜନ ମଲ୍ଲିକ ଓ ଆଶିଷ ବେହେରା ସହଯୋଗ କରିଛନ୍ତି। ଏହି ଚଳଚ୍ଚିତ୍ରଟି ସାମାଜିକ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ବୋଲି ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe