ଜୀ ସାର୍ଥକର ଚଳଚ୍ଚିତ୍ର ‘ପ୍ରତିଶୋଧ’ର ଅଡିଓ ଲୋକାର୍ପିତ: ୨୨ରେ ମୁକ୍ତିଲାଭ କରିବ

Advertisment
ଜୀ ସାର୍ଥକର ଚଳଚ୍ଚିତ୍ର ‘ପ୍ରତିଶୋଧ’ର ଅଡିଓ ଲୋକାର୍ପିତ: ୨୨ରେ ମୁକ୍ତିଲାଭ କରିବ

ଭୁବନେଶ୍ବର: ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ପ୍ରତିଶୋଧ"ର ଅଡିଓ ରିଲିଜ୍ ଭୁବନେଶ୍ୱରର ଏକ ତାରକା ହୋଟେଲରେ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ ସ୍ୱରାଜ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛି ନିଜର ଚଳଚ୍ଚିତ୍ର ମାଧ୍ୟମରେ। ଏଥର ଆଉ ଗୋଟେ ପାଦ ଥାପିଛି ଓଡ଼ିଶାର ଏହି  ମନୋରଂଜନ ଚାନେଲ ଜୀ ସାର୍ଥକ। ଆସନ୍ତା ୨୨ ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ରିଲିଜ୍ ହେବ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟ ମୁକ୍ତିଲାଭ ପରେ ଦର୍ଶକ ଦେଖିପାରିବେ ତାଙ୍କ ଜୀ-ସାର୍ଥକରେ।

publive-image

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ‘ପ୍ରତିଶୋଧ’ ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର, ପିୟୁଷ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ, ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର, କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ବବି ଇସଲାମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe