ଅଳଙ୍କାର ପିନ୍ଧିଲେ, ଟଙ୍କା ଦେଲେନି; ଅଭିନେତ୍ରୀଙ୍କ ଉପରେ ଏଭଳି ଆରୋପ ଲଗାଇଲା ଅଳଙ୍କାର ବ୍ରାଣ୍ଡ

Advertisment
ଅଳଙ୍କାର ପିନ୍ଧିଲେ, ଟଙ୍କା ଦେଲେନି; ଅଭିନେତ୍ରୀଙ୍କ ଉପରେ ଏଭଳି ଆରୋପ ଲଗାଇଲା ଅଳଙ୍କାର ବ୍ରାଣ୍ଡ

ମୁମ୍ବାଇ: ୨୦୧୨ରେ ଟିଭି ସିରିଏଲ 'ମେରୀ ମା' ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅବନୀତ୍ କୌରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ଇନଷ୍ଟା ରିଲ୍ସ ଓ ୟୁଟ୍ୟୁବ ମାଧ୍ୟମରେ ଏବେ ଟଙ୍କା ଆୟ କରୁଛନ୍ତି ଅବନୀତ୍। କିଛି ଫିଲ୍ମରେ ଅଭିନୟ କରିଥିଲେ ବି ତାଙ୍କୁ ସେତେଟା ଲୋକପ୍ରିୟତା ମିଳିପାରିନାହିଁ। ଏମଧ୍ୟରେ ଏକ ଅଳଙ୍କାର ବ୍ରାଣ୍ଡକୁ ଠକିଥିବା ସାମ୍ନାକୁ ଆସିଛି। ବ୍ରାଣ୍ଡଠାରୁ ଅଳଙ୍କାର ଆଣି ପିନ୍ଧିିଥିଲେ ବି ଅବନୀତ୍ ଇନଷ୍ଟାରେ ବ୍ରାଣ୍ଡର ବିଜ୍ଞାପନ କରିନଥିବା ଦାବି କରିଛି ଅଳଙ୍କାର ବ୍ରାଣ୍ଡ ରଙ୍ଗ୍।

ଇନଷ୍ଟା ପୋଷ୍ଟ ମାଧ୍ୟମରେ ରଙ୍ଗ୍ ପକ୍ଷରୁ କୁହାଯାଉଛି ଯେ, "ୟୁରୋପ ଟ୍ରିପ ପାଇଁ ଅବନୀତଙ୍କ ଷ୍ଟାଇଲିଷ୍ଟ ଆମଠାରୁ ୯ଟି ଅଳଙ୍କାର ନେଇଥିଲେ। ନେବା ବେଳେ ସେ କହିଥିଲେ ଯେ, ଅବନୀତ ଏହାକୁ ପିନ୍ଧି ଫଟୋ ଛାଡ଼ିଲେ ଇନଷ୍ଟାରେ ତୁମକୁ ଟ୍ୟାଗ୍ କରିବେ। ଅବନୀତ୍ ଆମେ ଦେଇଥିବା ଅଳଙ୍କାର ସହ ଅନ୍ୟ ବଡ଼ ବ୍ରାଣ୍ଡର ଅଳଙ୍କାର ପିନ୍ଧିଥିବା ବେଳେ ଆମକୁ ଟ୍ୟାଗ୍ ନକରି ଅନ୍ୟ ବଡ଼ ବଡ଼ ବ୍ରାଣ୍ଡକୁ ଟ୍ୟାଗ୍ କରିଥିଲେ। ଏହା ଦେଖି ଆମେ ଅବନୀତଙ୍କ ଷ୍ଟାଇଲିଷ୍ଟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଅବନୀତ୍ ଆଉ ଏକ ଫଟୋ ଛାଡ଼ିଲେ ସେଥିରେ ତୁମକୁ ଟ୍ୟାଗ୍ କରିବେ। ହେଲେ ଅବନୀତ୍ ତାହା କଲେ ନାହିଁ। ଏହା ଦେଖି ଆମେ ପୁଣି ତାଙ୍କ ଷ୍ଟାଇଲିଷ୍ଟଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଅବନୀତ୍ ଟ୍ୟାଗ୍ ନକରି ଟଙ୍କା ଦେବେ ବୋଲି କହୁଛନ୍ତି। ଏହା ଜାଣି ଆମେ ୯ଟି ଅଳଙ୍କାରର ଟଙ୍କା ହିସାବ କରି ତାଙ୍କୁ ବିଲ୍ ଦେଇଥିଲୁ। ହେଲେ ଅବନୀତ୍ ଟଙ୍କା ଦେବାକୁ ମନା କରି ଆମେ ଅଳଙ୍କାରର ଫଟୋ ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରିଦେବେ ବୋଲି କହିଲେ। ହେଲେ ସେ ତାହା ବି କଲେ ନାହିଁ। ଏତେ ଲୋକପ୍ରିୟ ହୋଇ ଏଭଳି କରିବା ଶୋଭା ପାଉନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe