ଏହି କଣ୍ଠଶିଳ୍ପୀ ଅନୁ ମଲିକ୍‌ଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ କମ୍‌ ବୟସର ଝିଅଙ୍କୁ ନିଜ ଶିକାର ବନାଇ ଘରକୁ ଡାକି କରୁଥିଲେ ଖରାପ କାମ

Advertisment
ଏହି କଣ୍ଠଶିଳ୍ପୀ ଅନୁ ମଲିକ୍‌ଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ କମ୍‌ ବୟସର ଝିଅଙ୍କୁ ନିଜ ଶିକାର ବନାଇ ଘରକୁ ଡାକି କରୁଥିଲେ ଖରାପ କାମ

ମୁମ୍ବାଇ: ପୁଣି ଥରେ କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍‌ଙ୍କ ନାମ #ମି ଠୁ ଅଭିଯାନରେ ସାମିଲ ହୋଇଛି । ପୂର୍ବରୁ ସୋନା ମହାପାତ୍ର ଓ ଲୋକପ୍ରିୟ ଗାୟିକା ଶ୍ୱେତା ପଣ୍ଡିତ କଣ୍ଠଶିଳ୍ପୀ ଅନୁ ମଲିକ୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି ।

ଏହି କ୍ରମରେ ସଙ୍ଗୀତଜ୍ଞ ଅଲିସା ଚିନାଇ ଅନୁ ମଲିକ୍‌ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଲିସା #ମି ଠୁ ଅଭିଯାନ ଜରିଆରେ ଅନୁ ମଲିଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିବା ସହିତ କହିଛନ୍ତି ଅନୁ ମଲିକ୍‌ଙ୍କ ପାଇଁ ସେ ଆଜି ପର୍ଯ୍ୟନ୍ତ ମାନସିକ ଚିନ୍ତାରେ ଅଛନ୍ତି। ଅନୁ ମଲିକ୍‌ କମ୍‌ ବୟସର ଝିଅକୁ ନିଜ ଶିକାର ବନାଇ ଘରକୁ ଡାକି ଖରାପ କାମ କରି ଥାଆନ୍ତି। ତେଣୁ ତାଙ୍କ ବିରୋଧରେ ଯେଉଁମାନେ ବି ଏଭଳି ଅଭିଯୋଗ ଆଣିଛନ୍ତି ମୁଁ ସେମାନଙ୍କୁ ସମର୍ଥନ କରୁଛି।

publive-image

ଏହି କ୍ରମରେ ସୋନା ମହାପାତ୍ରା ଓ ଶ୍ୱତାପଣ୍ଡିତ କିଛି ଦିନ ପୂର୍ବରୁ ସଙ୍ଗୀତଜ୍ଞ ଅନୁ ମଲିକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହାପରେ ଆହୁରି ଦୁଇଜଣ ମହିଳା ଅନୁ ମଲ୍ଲିକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଜଣାପଡ଼ିଥିଲା।

ତେବେ ସୋନା ମହାପାତ୍ର ସଙ୍ଗୀତଜ୍ଞ ଅନୁ ମଲିକ ବିରୋଧରେ ଯେଉଁ ଅଭିଯୋଗ ଆଣି ଥିଲେ ତାହାକୁ ଖଣ୍ଡନ କରି ସେ ସୋନାକୁ ଚିହ୍ନି ନାହାନ୍ତି ବୋଲି କହିବା ସହିତ ଶ୍ୱେତା ପଣ୍ଡିତଙ୍କ ଅଭିଯୋଗକୁ ମନଗଢ଼ା ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe