୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଆୟୁଷ୍ମାନ ଖୁରାନା

୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଆୟୁଷ୍ମାନ ଖୁରାନା

Times of India

ଅଭିନେତା ଆୟୁଷ୍ମାନ ଖୁରାନା ଆମେରିକାର ଜଣାଶୁଣା ପତ୍ରିକା ‘ଟାଇମ୍‌’ରେ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି। ଏକମାତ୍ର ଭାରତୀୟ ଭାବେ ସେ ଚଳିତ ବର୍ଷ ଏହି ତାଲିକାରେ ରହିଛନ୍ତି। ଆୟୁଷ୍ମାନଙ୍କ ଉଦ୍ଦେଶ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ ଲେଖିଛନ୍ତି, ଆୟୁଷ୍ମାନଙ୍କ ପ୍ରଥମ ଫିଲ୍ମ ‘ଭିକି ଡୋନର’ରୁ ମୁଁ ତାଙ୍କ ସଂସ୍ପର୍ଶରେ ଆସିଛି। ଫିଲ୍ମକୁ ଆସିବା ପୂର୍ବରୁ ମଧ୍ୟ‌ ସେ ମ‌ନୋରଂଜନ ଶିଳ୍ପର ଅଂଶବିଶେଷ ଥିଲେ। ଯେଉଁଠାରେ ନାୟକମାନେ ‌ଧରାବନ୍ଧା ଅଭିନୟରେ ସୀମିତ ରହିଛନ୍ତି, ସେଠାରେ ଆୟୁଷ୍ମାନ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଆହ୍ବାନ ସୃଷ୍ଟି କରିଛନ୍ତି। ପ୍ରତିଭା ଓ କଠିନ ପରିଶ୍ରମ ବ୍ୟତୀତ ଧୈର୍ଯ୍ୟ, ଦୃଢ଼ତା, ନିର୍ଭୟ ଯୋଗୁଁ ସେ ସ୍ବପ୍ନ ଦେଖିବାର ସତ୍‌ସାହସ କରିପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe