ସ୍ତନ କର୍କଟ ରୋଗର ଶିକାର ହେଲେ ଆୟୁଷ୍ମାନଙ୍କ ପତ୍ନୀ, ଫଟୋ ସେୟାର କରି ଦୁଃଖ ଜଣାଇଲେ ତାହିରା

Advertisment
ସ୍ତନ କର୍କଟ ରୋଗର ଶିକାର ହେଲେ ଆୟୁଷ୍ମାନଙ୍କ ପତ୍ନୀ, ଫଟୋ ସେୟାର କରି ଦୁଃଖ ଜଣାଇଲେ ତାହିରା

The Indian Express

ମୁମ୍ବାଇ: କିଛି ମାସ ତଳେ ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ ଏବଂ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ । ଏବେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତାହିରା ନିଜ ରୋଗକୁ ନେଇ ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌କୁ ଯାଇ ତାହିରା ନିଜ କର୍କଟ ରୋଗ ସଂପର୍କରେ ଜଣାଇବା ପରେ ଏହି ଖବର ସାମ୍ନାକୁ ଆସିଛି । ତାହିରାଙ୍କ ଡ଼ାହାଣ ସ୍ତନରେ ଡ଼ିସିଆଇଏସ୍‌ (ductal carcinoma in situ) ଥିବା ଜଣା ପଡ଼ିଥିଲା ।

publive-image jansatta.com

ଏହା କର୍କଟ ରୋଗର ପ୍ରଥମ ଷ୍ଟେଜ୍‌ ଥିବାରୁ ତାହିରା ନିଜର ଚିକିତ୍ସା କରାଇ ନେବା ସହ ଏବେ ସେ ସୁସ୍ଥ ଥିବା ଜଣା ପଡ଼ିଛି । ଠିକ୍‌ ସମୟରେ ଏହାର ଚିକିତ୍ସା କରିଥିବାରୁ ତାହିରା ସୁସ୍ଥ ହୋଇ ପାରିଥିବା ଜଣାଇଛନ୍ତି । ସମସ୍ତ ମହିଳାଙ୍କୁ ଚିକତ୍ସା କରିବା ପାଇଁ କହିବା ସହ କର୍କଟ ରୋଗ ବିଷୟରେ ଜାଣିବା ପାଇଁ ନିୟମିତ ଚିକିତ୍ସା କରିବା ଦରକାର ବୋଲି ତାହିରା ଉପଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe