ସୌରଭଙ୍କ ବାୟୋପିକରେ ନଜର ଆସିବେ ଆପଣଙ୍କ ପସନ୍ଦର ଏହି ଅଭିନେତା

Advertisment
ସୌରଭଙ୍କ ବାୟୋପିକରେ ନଜର ଆସିବେ ଆପଣଙ୍କ ପସନ୍ଦର ଏହି ଅଭିନେତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଚଳିତବର୍ଷ ଶେଷରେ ବାୟୋପିକ ବନିବାକୁ ଯାଉଥିବାର ଆଶା ରଖାଯାଇଛି। ଏହି ବାୟୋପିକକୁ ନେଇ ଦୁଇ ଚଳଚ୍ଚିତ୍ର ନିର୍ମାତା ଲଭ୍ ରଞ୍ଜନ୍ ଓ ଅଙ୍କୁର ଗର୍ଗ ନିକଟ‌ରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ କୋଲକାତାସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ।

ତେବେ ଏହି ସିନେମାରେ ସୌରଭଙ୍କ ଭୂମିକାରେ କିଏ ନଜର ଆସିବେ ସେଥିପାଇଁ ଫ୍ୟାନ୍ସମାନେ ଅନେକ କଳ୍ପନା ଆରମ୍ଭ କରିଥିଲେ। ଏହି କ୍ରମରେ ଖବର ଆସିଥିଲା କି ସୌରଭଙ୍କ ବାୟୋପିକରେ ଅଭିନେତା ରଣବୀର କପୁର ଓ ହ୍ରିତିକ ରୋଶନ ଅଭିନୟ କରିବେ । ତେବେ ଦୁଇ ଅଭିନେତା କିନ୍ତୁ ଏହି ଖବରକୁ ଖଣ୍ଡନ କରିଥିଲେ।

ଚଳଚ୍ଚିତ୍ର ନିର୍ମାତା ଲଭ୍ ରଞ୍ଜନ୍ ଓ ଅଙ୍କୁର ଗର୍ଗ ନିକଟରେ ସ୍ପଷ୍ଟ କରିଛନ୍ତି କି ସୌରଭଙ୍କ ବାୟୋପିକ ପାଇଁ ଅଭିନେତା ଆୟୁଷମାନ ଖୁରାନାଙ୍କୁ ଚୟନ କରାଯାଇଛି। ସୌରଭ କିଛି ଦିନ ଭିତରେ ଅଭିନେତାଙ୍କୁ ଭେଟି ତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ । ତେବେ ଏହି ସିନେମାରେ ଅଭିନୟ କରିବା ପୂର୍ବରୁ ଆୟୁଷମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏଥିସହିତ କ୍ରିକେଟର ବି ଅଭ୍ୟାସ କରିବାକୁ ହେବ।

ସୂତ୍ରରୁ ପ୍ରକାଶ ଯେ,ସୌରଭଙ୍କୁ ଦୁଇ ନିର୍ଦ୍ଦେଶକ ଏବଂ ନିର୍ମାତା ଅଙ୍କୁର ଗର୍ଗ ଏବଂ ଲଭ ରଞ୍ଜନ ତାଙ୍କ ବେହାଲା ଘରେ ଭେଟି ବାୟୋପିକକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଦୁଇ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲିଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣାର ଟିକିନିଖି ଦିଗ ସମେତ ତାଙ୍କ ଧର୍ମପତ୍ନୀ ଓ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ଠାରୁ ବି  ଅନେକ କିଛି ରେକର୍ଡ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe